Odia News Portal

ଖୋଲିପାରେ ପ୍ରଥମରୁ ଅଷ୍ଟମ!

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିପାରେ ସ୍କୁଲ | ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବକ୍ତବ୍ୟ ଦେଇଛନ୍ତି | ତାଙ୍କ କହିବା ଅନୁଯାୟୀ, ପ୍ରଥମରୁ ଅଷ୍ଟମ ସ୍କୁଲ ଖୋଲିବାକୁ ଏସଓପି ପ୍ରସ୍ତୁତ କରାଯାଉଛି | ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଏସଆରସି ମାର୍ଗଦର୍ଶିକା ଜାରି କରିଛନ୍ତି |

ମନ୍ତୀ ଆହୁରି ମଧ୍ୟ କହିଛନ୍ତି ଯେହେତୁ ଅଙ୍ଗନବାଡ଼ି ଖୋଲିଲାଣି, ପ୍ରଥମରୁ ଅଷ୍ଟମ ଖୋଲାଯିବ | ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ କେବେ ଖୋଲିବା ସେନେଇ କିଛି ସ୍ପଷ୍ଟ କରି ନାହାନ୍ତି ଗଣଶିକ୍ଷା ମନ୍ତ୍ରୀ |