Odia News Portal

ନବୀନଙ୍କ ସାହାରା ନେଲେ ଦିଦି

ନବୀନଙ୍କ ସହ ୧୫ ବିରୋଧୀ ନେତାଙ୍କୁ ଚିଠି ଲେଖିଲେ ମମତା

କୋଲକାତା: ଏବେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଚାଲିଛି । ଏଥର ବିଜେପି-ଟିଏମ୍ସି ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି । ବହୁ କେନ୍ଦ୍ରୀୟ ନେତା ପଶ୍ଚିମବଙ୍ଗରେ ଡେରା ପକାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ ଗୃହ ମନ୍ତ୍ରୀ ଅମିତ ଶାହ ପ୍ରଚାର କାର୍ଯ୍ୟକ୍ରମରେ ଯାଇ ମମତାଙ୍କ ସିଧାସଳଖ ଟାର୍ଗେଟ୍ କରୁଛନ୍ତି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବିଜେପିକୁ କଡ଼ା ଟକ୍କର ଦେଉଛନ୍ତି । ତେବେ ଏହି ଫାଇଟ୍ ମଧ୍ୟରେ ମମତା ଜାତୀୟ ରାଜନୀତିରେ ବିଜେପିକୁ ଚାରିପଟୁ ଘେରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ବିଜେପି ବିରୋଧରେ ଏକଜୁଟ ହେବାକୁ ଏବଂ ଭାରତରେ ଗଣତନ୍ତ୍ର ରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି ମମତା । ଆଜି ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି ଅ।ହ୍ୱାନ ଦେଇଛନ୍ତି ।

କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି, ଏନସିପି ମୁଖ୍ୟ ଶରଦ ପୱାର, ଡିଏମକେ ମୁଖ୍ୟ ଏମ.କେ ଷ୍ଟଲିନ, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି, ଅ।ରଜେଡି ମୁଖ୍ୟ ତେଜସ୍ୱୀ ଯାଦବ, ଏସପି ମୁଖ୍ୟ ଅଖିଳେଶ ଯାଦବ, ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ସମେତ ୧୫ଜଣ ଅଣ-ବିଜେପି ନେତାଙ୍କୁ ଏହି ଚିଠି ଲେଖିଛନ୍ତି ଦିଦି ।

ଚିଠିରେ ଲେଖାଯାଇଛି ଯେ, ଭାରତରେ ଗଣତନ୍ତ୍ର ତଥା ସାମ୍ବିଧାନିକ ସଂଘବାଦ ଉପରେ କେନ୍ଦ୍ରରେ ବିଜେପି ଏବଂ ଏହାର ସରକାରଙ୍କ ଦ୍ୱାରା ହୋଇଥିବା ଆକ୍ରମଣକୁ ନେଇ ମୁଁ ଗୁରୁତର ଚିନ୍ତା ପ୍ରକଟ କରୁଛି । ମୋଟାମୋଟି ଭାବେ, କେନ୍ଦ୍ର-ରାଜ୍ୟ ସମ୍ପର୍କ ଏବଂ କେନ୍ଦ୍ରରେ ଥିବା ଶାସକ ଦଳ ଏବଂ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କ, ସ୍ୱାଧୀନ ଭାରତ ଇତିହାସରେ କେବେ ବି ଖରାପ ନଥିଲା । ଏହା ପ୍ରଧାନମନ୍ତ୍ରୀଙ୍କ କ୍ଷମତାସୀନ ଅ।ଚରଣ ପାଇଁ ହେଉଛି । ଚିଠିରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଦ୍ୱାରା ପାରିତ କରାଯାଇଥିବା ବିଲକୁ ବିରୋଧ କରି ବିଜେପି ବିରୋଧରେ ଏକଜୁଟ ହେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ସହ ୭ ପୃଷ୍ଠା ବିଶିଷ୍ଟ ଏହି ଚିଠିରେ ଅ।ହୁରି ଲେଖାଯାଇଛି ଯେ, ବିରୋଧୀ ବିଜେପିକୁ ଶାସନ କ୍ଷମତାରୁ ହଟାଇବାର ସମୟ ଆସିଛି । ଏହା କରିବାକୁ ହେଲେ ସମସ୍ତ ବିରୋଧୀଦଳମାନଙ୍କୁ ଏକାଠି ହୋଇ କାମ କରିବାକୁ ହେବ |