Odia News Portal

ତପୁ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ଘରେ ଘରେ ପରିଚିତ କୋକିଳକଣ୍ଠି ତପୁମିଶ୍ରଙ୍କ ଶନିବାର ରାତିରେ ବିୟୋଗ ହୋଇଛି । ତାଙ୍କ ମୃତ୍ୟୁ ଖବର ବିଜୁଳି ମାର୍ଗରେ ପ୍ରଚାର ହୋଇଥିଲା । ତେବେ ତପୁଙ୍କ ଦେହାନ୍ତ ଖବର ପାଇବା ପରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ସମେତ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ,ବୈଜୟନ୍ତ ପଣ୍ଡା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ସିନେ ସମିକ୍ଷକ ଅରବିନ୍ଦ ହାଲି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ସେପଟେ ସତ୍ୟ ନଗର ଶଶ୍ମାନରେ ତପୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ସ୍ୱାମୀ ମୁଖାଗ୍ନୀ ଦେଇଛନ୍ତି ।

ସୂଚନା ଥାଉକି, କରୋନାରେ ପିଡିତ ହୋଇଥିଲେ ତପୁ । ଜଟିଳତା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଚିକତ୍ସା ଲାଗି ପରିବାର ପକ୍ଷରୁ ସହାୟତା ଭିକ୍ଷା କରାଯାଇଥିଲା । ଏପରିକି ବିଭିନ୍ନ ମହଲରୁ ମଧ୍ୟ ସହଯୋଗ ମିଳିଥିଲା । ତେବେ ଶେଷରେ ଗତକାଲି ତାଙ୍କର ଅବସ୍ଥା ଗୁରୁତର ଥିବା ଖବର ପ୍ରସାରଣ କରାଯାଇଥିଲା । ଇକମୋ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଥିଲା । କିନ୍ତୁ ରାତି ୧୧ଟାରେ ତାଙ୍କର ପରଲୋକ ହୋଇଥିବା ଖବର ପ୍ରକାଶ ପାଇଥିଲା ।