ଆହୁରି ସୁଦୃଢ ହୋଇଛି ମିଶନ ଶକ୍ତି । ମିଶନ ଶକ୍ତି ମାଆମାନଙ୍କ ବିକାଶ ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଏଚଜିଙ୍କୁ ଫେରସ୍ତ ହୋଇଛି ଋଣର ସୁଧ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମିଶନ ଶକ୍ତି ସ୍ଳେଗାନ ନୁହେଁ ବରଂ ଏକ ଜୀବନଧାରା ପାଲଟିଛି । ମା’ମାନଙ୍କୁ ଉଦ୍ୟୋଗୀ ଭାବେ ସେ ଦେଖିବାକୁ ଚାହାଁନ୍ତି । ଓଡ଼ିଶାର ରୂପାନ୍ତରଣରେ ସେମାନଙ୍କର ବଡ଼ ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି କାର୍ଯ୍ୟକ୍ରମ ଜରିଆରେ ୧୨୫ କୋଟିର ସୁଧ ରିହାତି ବାଣ୍ଟିବେ ସରକାର। ଏହାଦ୍ବାରା ଅଢେଇ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଉପକୃତ ହେବେ ।
ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ମୁଖ୍ୟମନ୍ତ୍ରୀଙ୍କ ଜିରୋ ଇଣ୍ଟରେଷ୍ଟ ଲୋନ୍ ଘୋଷଣା ୨୦୨୨ ଏପ୍ରିଲ ମାସରୁ ଲାଗୁ କରାଯାଇଥିଲା । ଋଣ ପରିମାଣ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରଯାଇଥିଲା ।ଏହା ମଧ୍ୟରେ ଯେତିକି ସୁଧ ହୋଇଥିଲା ତାହା ବଣ୍ଟା ଯାଇଛି ।
ଆଗରୁ ବ୍ୟାଙ୍କରୁ ପାଇସା ପାଇବା ପାଇଁ ମାସେ ମାସେ ସମୟ ଲାଗୁଥିଲା କିନ୍ତୁ ୫-ଟି ରୂପାନ୍ତରିତ କାର୍ଯ୍ୟକ୍ରମ ମାଧ୍ୟମରେ ଆକାଉଣ୍ଟକୁ ସିଧାସଳଖ ସୁଧ ପଇସା ମିଳିଯାଉଛି । ନିକଟରେ ଗ୍ରାମ୍ୟ ବ୍ୟାଙ୍କରୁ ଶୂନ୍ୟ ପ୍ରତିଶତ ସୁଧରେ ଏକ କୋଟିର ଋଣ ଯୋଗାଇ ଦିଆଯାଇଥିଲା ।
