Odia News Portal

ଭିଡି କଲେଜ ହେଲା ୟୁନିଭର୍ସିଟି; ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭିଡି କଲେଜକୁ ନୂଆ ପରିଚୟ ଦେଲେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟପୁରର ବିକ୍ରମଦେବ କଲେଜ ୟୁନିଭର୍ସିଟିର ମାନ୍ୟତା ପାଇଛି । ସ୍ୱୟଂଶାସିତ କଲେଜ ଭାବରେ ମାନ୍ୟତା ପାଇଥିବା ଭିଡି କଲେଜ ଏବେ ୟୁନିଭର୍ସିଟି ଭାବେ ପରିଚୟ ପାଇଛି । ଏ ନେଇ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଆସନ୍ତାକାଲି କଲେଜର ପ୍ଲାଟିନମ ଜୁବଲିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ ।