ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି, ଓ କବି ସୂର୍ୟ ନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଛତ୍ରପୁର ରେ ୧୦୦୦ କୋଟି, ହିଂଜିଲିରେ ୫୯୦ କୋଟି ଓ କବି ଶୂର୍ୟ ନଗରରେ ୩୧୬ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରା ଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ପ୍ରାୟ ୨୦ ହଜାର ଲୋକଙ୍କୁ ଗ୍ରାମ କଣ୍ଠ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଛତ୍ରପୁର ରେ ୩୫୦୦ ପଟ୍ଟା, ହିଞ୍ଜିଲରେ ୪୫୦୦ ପଟ୍ଟା ଓ କବି ସୂର୍ଯ ନଗରରେ ୧୧ ହଜାରରୁ ଅଧିକ ପଟ୍ଟା ଦିଆ ଯାଇଥିଲା।
ଏହି ସବୁ ସ୍ଥାନରେ ଉପସ୍ଥିତ ଜନ ସାଧାରଣ ଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାକୁ ରଜ୍ୟର ଏକ ଆଗୁଆ ଜିଲ୍ଲା ବୋଲି ମତ ଦେବା ସହିତ ଏହାକୁ ଦେଶର ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ୫ଟି ସ୍କୁଲ୍ ରୂପାନ୍ତର ରାଜ୍ୟ ସରକାରଙ୍କ ଦୁଇଟି ମାଇଲ ଷ୍ଟୋନ ସଫଳତା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ବର୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ୫୦ ହଜାର ଲୋକ ଚିକିତ୍ସା ସୁବିଧା ପାଇଛନ୍ତି ଓ ଏଥିପାଇଁ ରାଜ୍ୟ ସରକାର ୧୯୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ସେ କହିଥଲେ।
ସେହିପରି ୫ଟି ସ୍କୁଲ୍ ରୂପାନ୍ତର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ୬୩୦ ଟି ହାଇ ସ୍କୁଲ ମଧ୍ୟରୁ ବର୍ତମାନ ସୁଦ୍ଧା ୪୭୧ ଟି ସ୍କୁଲର ରୂପାନ୍ତର ସରିଛି ଓ ଆସନ୍ତା ଡିସେମ୍ବର ସୁଦ୍ଧା ଜିଲାର ସବୁ ସ୍କୁଲ୍ ରୂପାନ୍ତରିତ ହେବ ବୋଲି ସେ ପ୍ରତିଶୃତି ଦେଇଥିଲେ।
ରାଜ୍ୟରେ କୃଷକ ମାନଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କାର ଋଣ ଦିଆ ଯାଉଛି ବୋଲି ମଧ୍ୟ ସେ କହିଥିଲେ। ମିଶନ ଶକ୍ତି ର ମା ମାନଙ୍କର ଉଚ୍ଚ ପ୍ରଶଂସା କରି ସେ କହିଥିଲେ ଯେ ମା ମାନେ ବହୁତ ଭଲ କାମ କରୁଛନ୍ତି ଏବଂ ରାଜ୍ୟ ସରକାର ସେମାନଙ୍କୁ ସବୁ ସହଯୋଗ ଯୋଗାଇ ଦେଉଛନ୍ତି।
