Odia News Portal

ଜାତୀୟ ପଞ୍ଚାୟତ ପୁରସ୍କାର: ଗଞ୍ଜାମ ଜିଲ୍ଲାକୁ ୬ଟି ପୁରସ୍କାର

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୨ରେ ବିଭିନ୍ନ ବର୍ଗରେ ଗଞ୍ଜାମ ଜିଲ୍ଲାକୁ ୬ଟି ପୁରସ୍କାର ମିଳିଛି । ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକ ଓ ୪ଟି ପଞ୍ଚାୟତ ପୁରସ୍କୃତ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାରରେ ସଶକ୍ତିକରଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ୍ ସମେତ ସାରୁ ଏବଂ ରଙ୍ଗେଇଲୁଣ୍ଡା ବ୍ଲକ୍ କେଲୁଆପଲ୍ଲୀ ଗ୍ରାମପଞ୍ଚାୟତକୁ ‘ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶସ୍ତୀକରଣ’ ପୁରସ୍କାରରେ ପୁରସ୍କୃତ କରାଯାଇଛି। ସେହିପରି ଗଞ୍ଜାମ ବ୍ଲକ୍ କାଇଁଚପୁର ପଞ୍ଚାୟତକୁ ‘ଚାଇଲ୍ଡ ମହୁପଦର ପଞ୍ଚାୟତକୁ ‘ନାନାଜୀ ଗ୍ରାମସଭା’ ପୁରସ୍କାର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ଵିଟ୍ କରି ଏହି ସୂଚନା ଦେବା ପୁରସ୍କୃତ ବ୍ଲକ୍ ଓ ପଞ୍ଚାୟତକୁ ଅଭିନନ୍ଦନ ଜଣାଇଛନ୍ତି ।