Odia News Portal

ସହିଦ୍ ଓଡ଼ିଆ ଯବାନଙ୍କ ପରିବାରଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ନବୀନ

ଯୁଦ୍ଧ ତଥା ଉଗ୍ରବାଦର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହିଦ୍ ଓଡ଼ିଆ ଯବାନମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ପରିମାଣକୁ ପାଞ୍ଚ ଲକ୍ଷ ଟଙ୍କା ରୁ ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟଯେ ସମାରିକ ତଥା ଅର୍ଦ୍ଧ ସମାରିକ ବାହିନୀରେ ରହି ଦେଶ ପାଇଁ ପ୍ରଣାବଳୀ ଦେଉଥିବା ଯବାନ ଓ ଅଫିସରମାନଙ୍କ ପରିବାରର କଲ୍ୟାଣ ପାଇଁ ରାଜ୍ୟ ସରକାର କାର୍ଗିଲ ଯୁଦ୍ଧ ସମୟରୁ ସହିଦ୍ ପରିବାର କଲ୍ୟାଣ ପାଇଁ ଏକ ସହାୟତା ପାଣ୍ଠି ଗଠନ କରିଛନ୍ତି । ପ୍ରାଥମିକ ଭାବରେ ଏହି ସହାୟତା ରାଶି ଏକ ଲକ୍ଷ ଟଙ୍କା ଥିବା ବେଳେ 2010 ଓ 2012ରେ ଏହାକୁ ଯଥାକ୍ରମେ ଦୁଇ ଲକ୍ଷ, ଓ ପାଞ୍ଚ ଲକ୍ଷ ଟଙ୍କା କୁ ବୃଦ୍ଧି କରାଯାଇଥିଲା ।