Odia News Portal

ମେ’ ୧୭ରେ ୬୩୮ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ଦେବେ ମୁଖ୍ୟମନ୍ତ୍ରୀ

ରାଜ୍ୟ ଚୟନ ବୋର୍ଡ (ଏସ୍‌ଏସ୍‌ବି) ଦ୍ୱାରା ନୂଆ ଭାବେ ନିଯୁକ୍ତି କରାଯାଇଥିବା ୬୩୮ କଲେଜ ଅଧ୍ୟାପକଙ୍କୁ ଆସନ୍ତା ୧୭ରେ ମିଳିବ ନିଯୁକ୍ତିପତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖରେ ଲୋକସେବା ଭବନରେ ଏହି ସମସ୍ତ ନୂଆ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ । ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଏହି ସମସ୍ତ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି ।