Odia News Portal

ଦଳ ବିରୋଧୀ କାର୍ଯ୍ୟ ଓ ଦଳରେ ବିଶୃଙ୍ଖଳା ନେଇ ବିଜେଡ଼ି ସୁପ୍ରିମୋ ଙ୍କ କାର୍ଯ୍ୟନୁଷ୍ଠାନ

ଦଳ ବିରୋଧୀ କାର୍ଯ୍ୟ ଓ ଦଳରେ ବିଶୃଙ୍ଖଳା ନେଇ ବିଜେଡ଼ି ସୁପ୍ରିମୋ ଙ୍କ କାର୍ଯ୍ୟନୁଷ୍ଠାନ । ବୁଧବାର ଜ଼ିଲ୍ଲା ବିଜେଡି ସଭାପତି ସରୋଜ କର୍ଣ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକର ପୂର୍ବତନ ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ପାତ୍ର, ପୂର୍ବତନ ବ୍ଳକ ଉପ ସଭାପତି ସୁବାସ ଚନ୍ଦ୍ର ପୃଷ୍ଟି, ବିଜେଡି ନେତା ସୁଧାଂଶୁ ପରା ସେଠ, ବିଶ୍ୱମ୍ବର ନାୟକ ପ୍ରମୁଖ ଚାରି ଜଣଙ୍କୁ ଦଳ ସଭାପତି ସରୋଜ କର୍ଣ୍ଣ ପଂଚାୟତ ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରିଛନ୍ତି l

ଏ ନେଇ ବୁଧବାର ସଭାପତି କର୍ଣ୍ଣ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି l ଏମାନେ ଦଳୀୟ ପାର୍ଥୀଙ୍କୁ ବିରୋଧ କରି ଅନ୍ୟ ପାର୍ଥୀଙ୍କ ସପକ୍ଷରେ କୁଆଡେ ଭୋଟ ଦେବାଲାଗି ଭୋଟରଙ୍କୁ କହୁଥିଲେ l ଫଳରେ ଏ ନେଇ ଅଭିଯୋଗ ହେବାପରେ ଦଳ ପକ୍ଷରୁ ସେମାନଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।