Odia News Portal

ଜଙ୍ଗଲ ଅଭିବୃଦ୍ଧିରେ ଓଡ଼ିଶା ଆଗରେ

ସାରା ଦେଶରେ ହେନ୍ତାଳବନ ସୃଷ୍ଟି କରିବାରେ ଓଡ଼ିଶା ଆଗରେ । ତେବେ ବୃକ୍ଷରୋପଣ କାର୍ୟ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ଡିଏଫଓ ସମ୍ମିଳନୀରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସେହିପରି ରିପୋର୍ଟ ଅନୁସାରେ ଗତ ଦୁଇ ବର୍ଷ ଭିତରେ କରୋନା ମହାମାରୀ ସମୟରେ ମଧ୍ୟ ଓଡ଼ିଶାରେ ବନ ସଂରକ୍ଷଣ ଠିକ ରହିଛି ।

ବନାଞ୍ଚଳରେ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବୃକ୍ଷରୋପଣ ଏକ ଉତ୍ତମ ମାଧ୍ୟମ । ରାଜ୍ୟରେ ବିଭିନ୍ନ କାର୍ୟ୍ୟକ୍ରମ ସଫଳ ହୋଇଛି ବୋଲିସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଏହି ସମ୍ମିଳନୀକୁ ଉଦ୍ ଘାଟନ କରିଛନ୍ତି । ଏହା ଦୁଇ ଦିନ ଧରି ଚାଲିବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।