Odia News Portal

କରୋନା ବିରୋଧୀ ଲଢେଇରେ ଜିଲ୍ଲାପାଳମାନେ ସାଜିବେ କମାଣ୍ଡର

ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ସମୟରେ ମଙ୍ଗଳବାର ଦିନ ଏକ ଭିଡିଓ କନଫେରେନ୍ସିଂ ମାଧ୍ୟମରେ କିଛି ଜିଲ୍ଲାପାଳଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ଏହା ବ୍ୟତୀତ କରୋନା ବିରୋଧୀ ଲଢେଇରେ ଜିଲ୍ଲାପାଳ ମାନେ ସ୍ଥାନୀୟ ନିୟନ୍ତ୍ରଣ କ୍ଷେତ୍ର, ଟେଷ୍ଟିଂ ସଂଖ୍ୟା ବୃଦ୍ଧି ଓ ଲୋକଙ୍କୁ ସଚେତନ କରାଇବା ହେଉଛି ମହାମାରୀ ବିରୋଧରେ ମୁଖ୍ୟ ଅସ୍ତ୍ର ବୋଲି କହିଛନ୍ତି । ମୋଦି କହିଛନ୍ତି, “ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଏପରି ଭାବେ ଜାରି ରହିବ ଓ ଆପଣମାନେ ସମସ୍ତେ ଯେମିତି ଟିକା ନଷ୍ଟ ନ ହେବ, ତା’ର ବ୍ୟବସ୍ଥା କରିବେ। ଆପଣମାନେ ଯଦି ଠିକ୍ ଭାବେ ସବୁ କିଛି କରିବେ, ତା’ହେଲେ ଟିକାର ଅପଚୟ ଶୂନରେ ପହଞ୍ଚିବ। ଆପଣମାନେ ଟିକାର ଲଜିଷ୍ଟିକ ଦାୟିତ୍ୱରେ ରହିଛନ୍ତି। ତେଣୁ ଆପଣମାନେ ଏ ଦିଗରେ ଅଧିକ ଯତ୍ନବାନ ହେବା ଉଚିତ। ରାଜ୍ୟ ଗୁଡ଼ିକୁ ୧୫ ଦିନ ଆଗରୁ ଟିକା ଯୋଗାଇ ଦେବାକୁ ଯୋଜନା ଚାଲିଛି। ଏହାଦ୍ୱାରା ସେମାନେ ଟିକାକରଣ ପାଇଁ ପ୍ରସ୍ତୁତ ହୋଇପାରିବେ।”

ଏହାସହ ପ୍ରଧାନମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ କହିଛନ୍ତି କି, ‘ଆପଣମାନେ ଏହି ଲଢେଇରେ ଶୀର୍ଷ କମାଣ୍ଡର, ଦେଶରେ ଯେତେ ଜିଲ୍ଲା ଅଛି ସବୁ ଜିଲ୍ଲାରେ ଅଲଗା ଅଲଗା ପରିସ୍ଥିତି, ଏସବୁକୁ ଆମ ଜିଲ୍ଲାପାଳମାନେ ସଠିକ ତରିକାରେ ସମାଧାନ କରୁଛନ୍ତି ’ । ଏହାସହ ସେ ଜିଲ୍ଲାପାଳମାନଙ୍କୁ କହିଥିଲେ କି ଆପଣ ମୋଦି ଆହୁରି କହିଛନ୍ତି, ଆପଣମାନେ ଆପଣମାନଙ୍କ ଜିଲ୍ଲାରେ କ’ଣ ସବୁ ଚ୍ୟାଲେଞ୍ଜ ରହିଛି, ସେଗୁଡ଼ିକ ଭଲ ଭାବେ ଜାଣିଛନ୍ତି। ଯେତେବେଳେ ଆପଣଙ୍କ ଜିଲ୍ଲା ଜିତିବ ସେତେବେଳେ ଦେଶର ବିଜୟ ହେବ। ଆପଣଙ୍କ ଜିଲ୍ଲା କରୋନାରେ ହାରିଗଲେ, ଦେଶ ମଧ୍ୟ ହାରିଯିବ। ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ କାମ କରିଛନ୍ତି।ଆପଣମାନଙ୍କ ପାଇଁ ଡ୍ୟୁଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଛି। ଆପଣମାନେ ଯଦି କିଛି ଯୋଜନାରେ ସଂସ୍କାର ଆଣିବାକୁ ଚାହୁଁଛନ୍ତି, ତା’ହେଲେ ବିନା କୌଣସି ଦ୍ୱାଧାରେ ସେକଥା କହିପାରିବେ ବୋଲି ମୋଦି କହିଛନ୍ତି।ପ୍ରଧାନମନ୍ତ୍ରୀ ଗାଁକୁ ଫୋକସ କରିବାକୁ କହିବା ସହ ଟେଷ୍ଟିଂ ଓ ଲୋକାଲ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି।