Odia News Portal

କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ତିନିଜଣ ଗିରଫ

କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ନିକଟରେ ଥିବା ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା l ମୁଖ୍ୟ ଅଭିଯୁକ୍ତ ସମେତ ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ l ଏ ନେଇ କାମାକ୍ଷାନଗର ଏସଡିପିଓଙ୍କ କାର୍ଯ୍ୟାଳୟ ଠାରେ ଏକ ପ୍ରେସମିଟ କରି ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ଅଭିନଵ ସୋନକାର l

ମୁଖ୍ୟ ଅଭିଯୁକ୍ତ ଜଣକ କାମାକ୍ଷାନଗର ଥାନା ସାଆନ୍ତାରାପୁର ଗ୍ରାମର ଗଙ୍ଗାଧର ପାତ୍ର ହୋଇଥିବା ବେଳେ ଅନ୍ୟ ତିନି ଜଣ କାମାକ୍ଷାନଗର ଥାନା ସାନ ଇନ୍ଦିପୁର ଗ୍ରାମର ଚନ୍ଦନ କୁମାର ନାଏକ, ସାଆନ୍ତାରାପୁର ଗ୍ରାମର ମଦନମୋହନ ପାତ୍ର, ଓ ପରଜଙ୍ଗ ଥାନା କୁମୁସି ଗ୍ରାମର ରସାନନ୍ଦ ନାଏକ l ଏମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଏକ କାର୍, ତିନୋଟି ମୋବାଇଲ, ମୃତ କଲେଜ ଛାତ୍ରୀଙ୍କ ରକ୍ତଭିଜା ଓଢ଼ଣୀ ଓ କଲେଜ ବ୍ୟାଗକୁ ଜବତ କରିଛି ପୁଲିସ lଏ ନେଇ କାମାକ୍ଷାନଗର ଥାନାରେ ୧୯୧/୨୬ କେସ ନମ୍ବର ରେ ଏକ ମାମଲା ରୁଜୁ କରାଯାଇ BNS ୧୩୭(୨), ୬୪(୨)(L)/୬୬/୧୦୩(୧)/୫୫/୨୩୮/୩(5) ଏବଂ BNS rw ସେକ୍ସନ -0୬/୨୧ ପୋକ୍ସୋ ଆଇନ ଅନୁଯାୟୀ ଦଫା ରୁଜୁ କରାଯାଇଛି l ଯାହାକୁ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ଅଭିନଵ ସୋନକାର l ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଅତିରିକ୍ତ ଏସପି, କାମାକ୍ଷାନଗର ଏସ୍ଡ଼ିପିଓ, ଥାନା ଅଧିକାରୀ ଉପସ୍ଥିତ ଥିଲେ l