Odia News Portal

ଆକ୍ସନ ମୋଡରେ କମିଶନରେଟ ପୋଲିସ

ଆକ୍ସନ ମୋଡରେ କମିଶନରେଟ ପୋଲିସ । ସାଇଲେନ୍ସର ମୋଡିଫିକେଶନ ସୋ’ ରୁମରେ ଚଢଉ । ପୁରୀ-କଟକ ରୋଡରେ ଥିବା ସାଇଲେନ୍ସର ସୋ’ ରୁମରେ ଚଢଉ କରିଛି କମିଶନରେଟ ପୋଲିସ । ୨୭ଟି ସାଇଲେନ୍ସର ଜବତ ହୋଇଛି । ଏହାପରେ ରାଜଧାନୀର ସମସ୍ତ ମୋଡିଫିକେସନ ସୋ’ ରୁମରେ ଚଢାଇ କରିବ ଟିମ୍ । ଗତ ରବିବାର ୧୧ଟି ବୁଲେଟ ଗାଡି ଜବତ କରିଥିଲା କମିଶନରେଟ୍ ପୋଲିସର ଟ୍ରାଫିକ୍ ଟିମ୍ । । ବିକଟାଳ ଶଦ୍ଦ କରି ଗାଡି ଯାଉଥିବା ସମ୍ପର୍କରେ ସୂଚନା ଦେବା ପାଇଁ ପୋଲିସ ପକ୍ଷରୁ ଜାରି ହୋଇଛି ହେଲ୍ଫ ଲାଇନ୍ ନମ୍ବର । ୮୦୯୩୦୨୮୧୦୭ ଏହି ନମ୍ବରରେ ଆପଣ ସୂଚନା ଦେଇପାରିବେ କିମ୍ବା ଫଟୋ ଛାଡି ପାରିବେ ।