Odia News Portal

ରିମାଣ୍ଡରେ ଡି-ବ୍ରଦର୍ସ: ୩ ଦିନିଆ ରିମାଣ୍ଡରେ ସତ ଓଗାଳିବ କମିଶନରେଟ୍ ପୋଲିସ

କମିଶନରେଟ୍ ପୋଲିସ ଡି-ବ୍ରଦର୍ସଙ୍କୁ ଆଜିଠାରୁ ରିମାଣ୍ଡରେ ନେଇଛି । ୩ ଦିନିଆ ରିମାଣ୍ଡରେ ଚୋରା ବନ୍ଧୁକ କାରବାରର ସତ ଖୋଜି ବାହାର କରିବ କମିଶନରେଟ୍ ପୋଲିସ । ଗତ ଡିସେମ୍ବର ୧୦ ତାରିଖରେ କମିଶନରେଟ୍ ପୋଲିସ ଡି-ବ୍ରଦର୍ସଙ୍କ କଟକ ସିଡିଏ ସେକ୍ଟର-୬ ସ୍ଥିତ ଘରେ ଚଢ଼ାଉ କରିଥିଲା । ରେଡ୍ ବେଳେ ଡି-ବ୍ରଦର୍ସ ଘରୁ ୭ଟି ବନ୍ଧୁକ ସହ ୫୦୦ ରାଉଣ୍ଡ ଗୁଳି ଜବତ କରିଥିଲା ।

ତା’ପରଦିନ ମଧ୍ୟ କମିଶନରେଟ୍ ପୋଲିସ ଡି-ବ୍ରଦର୍ସ ସହଯୋଗୀଙ୍କ ଘରେ ରେଡ୍ କରିଥିଲା । ତେବେ ରେଡ୍ ବେଳେ ପୋଲିସ ମୋଟ ୧୬ଟି ବନ୍ଧୁକ ସହ ୧୦୯୫ଟି ଗୁଳି ଜବତ କରିଥିଲା ।ତେବେ ଏତେ ଅସ୍ତ୍ରଶସ୍ତ୍ର କୁଆଡୁ ଆସିଲା ସେ ନେଇ ଅଧିକ ପଚରା ଉଚରା କରିବ ପୋଲିସ । ଏସବୁ ଉପରୁ ପରଦା ଉଠାଇବାକୁ କମିଶନରେଟ୍ ପୋଲିସ ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣିଛି । ଦିପୁ ହତ୍ୟା ମାମଲା, ବାଲିଘାଟରୁ ଦାଦାବଟି ଆଦାୟ ଭଳି ବିଭିନ୍ନ ମାମଲାରେ ୨୦୧୫ରୁ ସଜା କାଟୁଛନ୍ତି ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ।ତେବେ ପଚରାଉଚରା ପରେ ଜଣାପଡ଼ିବ ଡି-ବ୍ରଦର୍ସ ସାମ୍ରାଜ୍ୟର ଅପରାଧ ଚେର କେତେ ବାଟ ଲିମ୍ବିଛି ।