ଦୀପାବଳି ବୋନସ ଦେଲାନି କମ୍ପାନୀ, ଆଗ୍ରାର ଲକ୍ଷ୍ନୌ ଏକ୍ସପ୍ରେସୱେର ଟୋଲ ଗେଟ୍ ଖୋଲିଦେଲେ କର୍ମଚାରୀ, ୩୦ ଲକ୍ଷ କ୍ଷତି By Swadhikar News Last updated Oct 21, 2025 ଉତ୍ତର ପ୍ରଦେଶର ଫତେହାବାଦ ଟୋଲ୍ ଟ୍ୟାକ୍ସ କର୍ମଚାରୀମାନଙ୍କ ଅଭାବନୀୟ କାଣ୍ଡ । ଦୀପାବଳି ବୋନସ୍ କମ୍ ପାଇବା ପରେ ଟୋଲ୍ ଗେଟ୍ ଖୋଲି ଦେଇଛନ୍ତି କର୍ମଚାରୀ । ଫଳରେ ଟୋଲ୍ କମ୍ପାନୀର ୩୦ ଲକ୍ଷ ଲଙ୍କା କ୍ଷତି ହୋଇଛି ।ଖବର ମୁତାବକ, ଦୀପାବଳି ଅବସରରେ କମ୍ ବୋନସ ମିଳିବାରୁ ଫତେହାବାଦ ଟୋଲ ଟ୍ୟାକ୍ସ କର୍ମଚାରୀ ନିରାଶ ରହିଥିଲେ । ତେଣୁ ବୋନସ ପାଇବା ପରେ ଶନିବାର ରାତିରେ ଟୋଲ୍ ଗେଟ ଖୋଲିଦେଇଥିଲେ । ଧନତେରସରେ ହଜାର ହଜାର ଯାନବାହନ ଆଗ୍ରାର ଲକ୍ଷ୍ନୌ ଏକ୍ସପ୍ରେସୱେ ଟୋଲ୍ ଟ୍ୟାକ୍ସ ନ ଦେଇ ଯାଇଥିଲା । ଯାହା ଫଳରେ ଟୋଲ୍ କମ୍ପାନୀର ୨.୫ ରୁ ୩୦ ଲକ୍ଷ ଟଙ୍କା କ୍ଷତି ହୋଇଥିଲା । ପ୍ରାୟ ଦୁଇ ଘଣ୍ଟା ପାଇଁ ଟୋଲ୍ ଆଦାୟ ବନ୍ଦ ରହିଥିଲା । ମ୍ୟାନେଜର ପ୍ରଥମେ କର୍ମଚାରୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ମନା କରିଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ପହ୍ଚିଥିଲା ।ଫତେହାବାଦ ଟୋଲ୍ ପ୍ଲାଜାର ଦାୟିତ୍ୱ ଚଳିତବର୍ଷ ମାର୍ଚ୍ଚ ମାସରୁ ଶ୍ରୀ ସାଇ ଏବଂ ଦାତାର କମ୍ପାନୀ ପାଖରେ ଅଛି । ଏହି ଟୋଲ୍ ପ୍ଲାଜାରେ ୨୧ଜଣ କର୍ମଚାରୀ ରହିଛନ୍ତି । ଦୀପାବଳି ଅବସରରେ, କମ୍ପାନୀ ପ୍ରତ୍ୟେକ କର୍ମଚାରୀଙ୍କୁ ବୋନସ୍ ଦେଇଥିଲା, କିନ୍ତୁ କର୍ମଚାରୀମାନେ ଏହାକୁ ପର୍ଯ୍ୟାପ୍ତ ମନେ କରିଥିଲେ। କମ୍ପାନୀ ପ୍ରତ୍ୟେକ କର୍ମଚାରୀଙ୍କୁ ୧୧୦୦ ବୋନସ୍ ଦେଇଥିଲା, କିନ୍ତୁ କର୍ମଚାରୀମାନେ ଦାବି କରିଥିଲେ ଯେ, ସେମାନେ ପୂର୍ବ ଥର ୫୦୦୦ ବୋନସ୍ ପାଇଥିଲେ । ତେଣୁ, ସେମାନେ ଏଥର ମଧ୍ୟ ସମାନ ବୋନସ୍ ଦାବି କରିଥିଲେ ।କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର କୃଷ୍ଣ ଜୁରାଇଲ କହିଛନ୍ତି ଯେ, ଘଟଣା ସମୟରେ ଲକ୍ଷ୍ନୌରୁ ଆସୁଥିବା ପ୍ରାୟ ୫,୦୦୦ ଗାଡ଼ି ଟୋଲ୍ ନ ଦେଇ ଚାଲିଯାଇଥିଲେ । ଗାଡ଼ିଗୁଡ଼ିକର ଗତି ଅଧିକ ଥିବାରୁ ଅନେକ ସ୍ଥାନରେ ଫାଷ୍ଟ୍ୟାଗ୍ ସ୍କାନ କରାଯାଇ ନଥିଲା, ଯାହା ଫଳରେ ଟୋଲ୍ କଟାଯାଇ ପାରିନଥିଲା । swadhikarswadhikar news Share