Odia News Portal

ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ ଥାନାରେ ଏତଲା

ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ତଦନ୍ତ କରୁଥିବା ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହୁଥିବାବେଳେ ଏବେ ବୋଥ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତଙ୍କ ପରିବାର ଲୋକେ। ଗତକାଲି ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ଟିମ୍ ସରୋଜ ସେଠୀଙ୍କୁ ଗିରଫ କରିଛି। ସେ ହିଁ  ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଦାବି କରିଛି ଏସ୍ଆଇଟି। କିନ୍ତୁ ଗିରଫଦାରୀକୁ ବିରୋଧ କରିଛନ୍ତି ସରୋଜଙ୍କ ପରିବାର ଲୋକେ।

‘ମୋ ପୁଅକୁ ଫସାଇ ଦେଇଛନ୍ତି। ମୋ ପୁଅ ନିର୍ଦ୍ଦୋଷ । ଡେମୋ ଦେଖାଇବା ବାହାନାରେ ପୁଅକୁ ଘରକୁ ଆଣି ମାଡ଼ ସହିତ ମିଛ ଡେମୋ ଦେଖାଇବାକୁ ବାଧ୍ୟ କରୁଛନ୍ତି’ ଏମିତି ଅଭିଯୋଗ ଆଣିଛନ୍ତି ଗିରଫ ଅଭିଯୁକ୍ତ ସରୋଜ ସେଠୀଙ୍କ ମା’ ଶୈଳବାଳା ସେଠୀ। ଏ ନେଇ ଶୈଳବାଳା ଗତକାଲି ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ ନୟାଗଡ଼ ସଦର ଥାନାରେ ଏତଲା ଦେଇଛନ୍ତି । ଅରୁଣ  ବୋଥ୍ରା ପୁଅକୁ ମାଡ଼ ମାରିବା ସହିତ ପରୀ କେସରେ ଫସାଇ ଦେଇଥିବା ଅଭିଯୋଗ କରିଛନ୍ତି ।