Odia News Portal

ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ

ଅଜିତ ପ୍ରାର୍ଥୀ ହେବ ପରେ ଦଳରେ ବଢୁଛି ଗୋଷ୍ଟି କନ୍ଦଳ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଆଜି ଶେଷ ତାରିଖ ।ତେବେ ଶେଷ ଦିନରେ ଉଭୟ କଂଗ୍ରେସ ଓ ବିଜେଡି ପକ୍ଷରୁ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପ୍ରଥମେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥିପତ୍ର ଦାଖଲ କରିବା ପରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ବିଧିବଦ୍ଧ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଅଜିତ । ପ୍ରଥମେ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ସେ ନାମାଙ୍କନ ଦାଖଲ ପାଇଁ ବାହାରିଥିଲେ । ଦଳୀୟ ନେତା କର୍ମୀଙ୍କ ସହ ଶୋଭାଯାତ୍ରାରେ ଯାଇ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ତେବେ କଂଗ୍ରେସ ଅଜିତଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ଗୋଷ୍ଟି କନ୍ଦଳ ଦେଖିବାକୁ ମିଳିଛି । ପିପିଲି ପାଇଁ ପ୍ରାର୍ଥୀ ହେବା ଆଶାରେ ଥିବା ଅନ୍ୟ ନେତାମାନେ ଅଜିତ ମଙ୍ଗରାଜଙ୍କୁ ସମର୍ଥନ କରୁନଥିବା ସୂଚନା ମିଳିଛି । ଗତ ନିର୍ବାଚନରେ ମାତ୍ର ୯ ହଜାର ୮୩୦ ଭୋଟ୍‌ ପାଇଥିବା ଅଜିତଙ୍କ ଉପରେ ଦଳ ପୁଣି ବିଶ୍ୱାସ କରି ମଇଦାନକୁ ଓଲ୍ହାଇଛି ।