Odia News Portal

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ସ୍ମୃତିରେଖା ପହି

ଧର୍ମଶାଳା: କଂଗ୍ରେସ ଦଳରୁ ଇସ୍ତଫା ଦେଲେ କଂଗ୍ରେସ କର୍ମୀ ସ୍ମୃତିରେଖା ପହି । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି ।ସେ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଧର୍ମଶାଳାରୁ ଲଢିଥିଲେ କଂଗ୍ରେସ କର୍ମୀ ସ୍ମୃତିରେଖା ପହି ।ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି କି, କଂଗ୍ରେସ ଦଳ ଦିନକୁ ଦିନ ତଳକୁ ଯାଉଛି । ତେଣୁ ଦଳ ଉପରେ ଭରଷା ପାଉନାହିଁ । ଧର୍ମଶାଳାରେ ଅନେକ ସମସ୍ୟା ପ୍ରସଙ୍ଗରେ ଦଳର ସହଯୋଗ ମିଳିଲା ନାହିଁ । ସେଥିପାଇଁ ସେ ଇସ୍ତଫା ଦେଇଛନ୍ତି ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।