Odia News Portal

ଆଜି ଆଉ ୧୪ ମୁଣ୍ଡ ନେଲା କରୋନା, ଖୋର୍ଦ୍ଧାରୁ ୩

ଭୁବନେଶ୍ୱର( ) ଆଜି  ୩୪୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ଖୋର୍ଦ୍ଧା ଓ ନୟାଗଡ଼ରୁ ୩ଜଣ ଲେଖାଏଁ  କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି ।  ସେହିପରି ପୁରୀରୁ ୨ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ  କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, କଟକ, ଭଦ୍ରକ ଓ ବାଲେଶ୍ୱରରୁ ଜଣେ ଲେଖାଏଁ କରୋନା ଆ୍ରକାନ୍ତଙ୍କ ମୃତୁ୍ୟ ହୋଇଛି ।