Odia News Portal

ଭୁବନେଶ୍ୱରରେ କରୋନା ୧୫୦ ଛୁଇଁଲା

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରକୁ ଡ଼ରାଇଲାଣି କରୋନା ସଂକ୍ରମଣ । ଗତ ତିନି ଦିନ ହେଲା ସଂକ୍ରମଣ ଶହେ ଉପରେ ରହୁଛି । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ଦେଢ ଶହ କରୋନା ପଜିଟିଭ୍ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆକ୍ରାନ୍ତଙ୍କ ଭିତରେ ୧୧୭ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ବିଏମସି ଟୁଇଟ୍ କରି ଏସମ୍ଭନ୍ଧରେ ସୂଚନା ଦେଇଛି ।

ବିଏମସିର ସୂଚନା ମୁତାବକ, ଗତ ୨୪ ଘଣ୍ଟା ଭିତରେ ଭୁବନେଶ୍ୱରରୁ ମୋଟ ୧୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୩୩ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୧୧୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସ୍ଥାନୀୟ ସଂକ୍ରମିତଙ୍କ ଭିତରେ ଏକାଧିକ ମାମଲା ନୟାପ୍ଲଲୀ, ଶାସ୍ତ୍ରୀ ନଗର, କଳିଙ୍ଗ ନଗର, ପଟିଆ, ଖଣ୍ଡଗିରି, ରସୁଲଗଡ ଆଦି ଅଂଚଳରୁ ଚିହ୍ନଟ ହୋଇଛନ୍ତି ।