Odia News Portal

ଆଜି ଆସିବ ଅଗଷ୍ଟ ମାସ ଲାଗି ଗାଇଡଲାଇନ

ଭୁବନେଶ୍ୱର: କରୁଛି ଜୁଲାଇ ଗାଇଡଲାଇନ। ଆଜି ଆସିବ ଅଗଷ୍ଟ ମାସ ପାଇଁ କରୋନା ଗାଇଡଲାଇନ । ରାଜ୍ୟ ସରକାର କେଉଁ କଟକଣା ରଖିବେ, କାହାକୁ ବାଦ ଦେବେ ଏହା ଉପରେ ରହିଛି ସମସ୍ତଙ୍କ ନଜର । ଏପେଟ କଟକ ଓ ଖୋର୍ଦ୍ଧା ସମେତ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ମଧ୍ୟ ସଂକ୍ରମଣ ହାର ତଳକୁ ଖସିଛି ।

ତେଣୁ ଅଗଷ୍ଟ ପାଇଁ ଆସିବାକୁ ଥିବା ଗାଇଡଲାଇନରେ କଟକଣା ଅଧିକ କୋହଳ କରିବାକୁ ସାରା ରାଜ୍ୟରୁ ଦାବି ହେଉଛି । ଗ୍ରୁପ ବିରେ ଥିବା ୧୦ଜିଲ୍ଲାରେ ମଧ୍ୟ ସଂକ୍ରମଣ ହାର ୫% ତଳକୁ ଖସିଛି । କଟକଣା ଯୋଗୁଁ ବ୍ୟବସାୟୀ ଓ କର୍ମଜୀବୀ ପ୍ରଭାବିତ ହେଉଥିବାରୁ ଅର୍ଥନୈତିକ ଗିତିବିଧି ଦୃଷ୍ଟିକୋଣରୁ ସରକାର କଟକଣା କୋହଳ କରିବେ ବୋଲି ଆଶା କରାଯାଉଛି । ସେପଟେ ବିଶେଷଜ୍ଞ ବିକଳ୍ପ ବାଟ ବତାଇ କହିଛନ୍ତି ।