Odia News Portal

ଦେଶରେ ଲକ୍ଷେ ଟପିଲା କରୋନା ସଂକ୍ରମଣ

ଦେଶରେ ଲକ୍ଷେ ଟପିଛି କରୋନା ସଂକ୍ରମଣ। ଗୋଟିଏ ଦିନରେ ୧ଲକ୍ଷ ୧୭ ହଜାର ୧୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ୨୮.୮ ପ୍ରତିଶତ ବଢ଼ିଛି ସଂକ୍ରମଣ। ୧୦ ଦିନରେ ଦୈନିକ ମାମଲା ୧୮ ଗୁଣା ବୃଦ୍ଧି ପାଇଛି। ଡିସେମ୍ବର ୨୮ ତାରିଖରେ ଦେଶରେ କରୋନା ସଂକ୍ରମଣ ଥିଲା ୬ହଜାର ୩୫୮।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ୩୦୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ପଜିଟିଭିଟି ରେଟ ରହିଛି ୭.୭୪ ପ୍ରତିଶତ। ଆକ୍ଟିଭ କେସ ରହିଛି ୩ଲକ୍ଷ ୭୧ ହଜାର ୩୬୩। ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮୩ ହଜାର ୧୭୮ରେ ପହଞ୍ଚିଛି। ଅନ୍ୟପଟେ ୩ ହଜାର ୭ରେ ପହଞ୍ଚିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା।