Odia News Portal

ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୬୪ ହଜାରରୁ ଅଧିକ ପଜିଟିଭ ଚିହ୍ନଟ

ସାରା ଦେଶରେ କରୋନା ଆତଙ୍କ ଖେଳାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୪ ହଜାର ୨୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ଭାରତରେ ଦୈନିକ ପଜିଟିଭିଟି ରେଟ୍ ୧୪.୭୮ ପ୍ରତିଶତ ରହିଛି । ଯଦି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଦେଶରେ ୫ ହଜାର ୭୫୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।
ଦେଶରେ ଗୁରୁବାର ୨ ଲକ୍ଷ ୪୭ ହଜାର ୪୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଦେଶରେ ୨ ଲକ୍ଷ ୬୪ ହଜାର ୨୦୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୩୧୫ ଜଣଙ୍କର ମୃତ୍ୟୁ ହୋଇଛି । ଅକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ଦେଶରେ ବର୍ତ୍ତମାନ ଅକ୍ଟିଭ୍ କେସ୍ ୧୨ ଲକ୍ଷ ୭୨ ହଜାର ୦୭୩ରେ ପହଞ୍ଚିଛି । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୪ଲକ୍ଷ ୮୫ହଜାର ୩୫୦ରେ ପହଞ୍ଚିଛି ।