Odia News Portal

ଦେଶରେ ୨୪ ଘଂଣ୍ଟାରେ ୯୦ ହଜାର ୯୨୮ ଆକ୍ରାନ୍ତ ଚିହ୍ନଟ

ଦେଶରେ ପୁଣି ଲକ୍ଷେ ମୁହାଁ ଦୈନିକ କୋଭିଡ୍ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୯୦ହଜାର ୯୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୫୬.୨ ପ୍ରତିଶତ ବୃଦ୍ଧି ପାଇଛି କରୋନା ସଂକ୍ରମଣ। ଗୋଟିଏ ଦିନରେ ୩୨୫ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ କେସ୍ ରହିଛି ୨ ଲକ୍ଷ ୮୫ହଜାର ୪୦୧। ସୁସ୍ଥ ହୋଇଛନ୍ତି ୩ କୋଟି ୪୩ଲକ୍ଷ ୪୧ହଜାର ୯ଜଣ।
ଗତକାଲି ୫୮ହଜାର ୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏପଟେ ୨ହଜାର ୬୩୦କୁ ବୃଦ୍ଧି ପାଇଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ମହାରାଷ୍ଟ୍ରରେ ସର୍ବାଧିକ ୭୯୭ , ଦିଲ୍ଲୀରେ ୪୬୫, ରାଜସ୍ଥାନରୁ ୨୩୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେପଟେ, ବିଶ୍ୱରେ କରୋନାର ବଡ଼ ବିସ୍ଫୋରଣ । ଗୋଟିଏ ଦିନରେ ୨୪ ଲକ୍ଷ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆମେରିକାରେ କରୋନାର ବଡ଼ ଲମ୍ଫ । ୬ ଲକ୍ଷ ୨୪ ହଜାର ପଜିଟିଭ ଚିହ୍ନଟ । ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି ୧ ହଜାର ୭୩୨ ଜଣ ପ୍ରାଣ ହରାଇଛନ୍ତି । ଫ୍ରାନସରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍ ସାମନାକୁ ଆସିଛି । ୟୁକେରେ ୧ ଲକ୍ଷ ୯୪ ହଜାର ୭୪୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଇଟାଲିରେ ୧ ଲକ୍ଷ ୮୯ ହଜାର ଓ ସ୍ପେନରେ ୧ ଲକ୍ଷ ୩୭ ହଜାର ୧୮୦ ପଜିଟିଭ କେସ ରହିଛି ।