ରାଜ୍ୟରେ ଲଗାତର ୧୦ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୭ ହଜାର ୨୯୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୧୧.୭୬ ପ୍ରତିଶତ । ଆଜି ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଖୋର୍ଦ୍ଧାରୁ ସର୍ବାଧିକ ୧୭ଶହ ୫, ସୁନ୍ଦରଗଡ଼ରୁ ୬୪୬, କଟକରୁ ୫୬୧, ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୩୬୫, ବାଲେଶ୍ବରରୁ ୩୪୩, ରାୟଗଡ଼ାରୁ ୨୯୫, ନୟାଗଡ଼ରୁ ୧୯୨, ସୋନପୁରରୁ ୨୮୨, ମୟୂରଭଞ୍ଜରୁ ୨୨୯, ବଲାଙ୍ଗୀରରୁ ୨୧୮ଟି କୋଭିଡ କେସ ଚିହ୍ନଟ ହୋଇଛି ।
ସେହିପରି ଯାଜପୁରରୁ ୨୦୩, ଅନୁଗୁଳରୁ ୧୮୩, ସମ୍ବଲପୁରରୁ ୧୭୬, ନୂଆପଡାରୁ ୧୬୦, କଳାହାଣ୍ଡିରୁ ୧୭୩, ନବରଙ୍ଗପୁରରୁ ୧୪୮, କେନ୍ଦୁଝରରୁ ୧୩୨, ବରଗଡ଼ରୁ ୧୩୦, ଜଗତସିଂହପୁରରୁ ୧୨୧,ପୁରୀରୁ ୧୧୬, କୋରାପୁଟରୁ ୧୧୧,କେନ୍ଦ୍ରାପଡାରୁ ୧୦୯, କନ୍ଧମାଳରୁ ୯୮, ଭଦ୍ରକରୁ ୯୭, ଢେଙ୍କାନାଳରୁ ୯୬, ଗଜପତିରୁ ୯୫, ଝାରସୁଗୁଡାରୁ ୮୩, ଦେବଗଡ଼ରୁ ୬୨, ମାଲକାନଗିରିରୁ ୫୭, ବୌଦ୍ଧରୁ ୫୫, ଗଞ୍ଜାମରୁ ୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୦ହଜାର ୮୪୧ ।
Sign in
Sign in
Recover your password.
A password will be e-mailed to you.