Odia News Portal

ରାଜ୍ୟରେ ୮ ହଜାର ଟପିଛି କୋଭିଡ ସଂକ୍ରମଣ

ଓଡିଶାରେ ୮ ହଜାର ଟପିଛି କୋଭିଡ ସଂକ୍ରମଣ । । ରାଜ୍ୟରେ ଆଜି ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫୦୯୬ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୬୮୨ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କର୍ମ ବର୍ଗର ୭୯୨ ଜଣ ଅଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୧ ହଜାର ୨୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୭୬୬ , ସମ୍ବଲପୁରରୁ ୫୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୫୫୭ ବାହାରିଥିବାବେଳେ ମୟୂରଭଞ୍ଚରୁ ୩୩୮ ଏବଂ ପୁରୀରୁ ୨୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ କରୋନା ସଙ୍କ୍ରମଣକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଆହୁରି ୨ ମାସ ସଙ୍କ୍ରମଣ ବଢିବ । ୪ରୁ ୫ଟି ଜିଲ୍ଲାରେ ଟିପିଆର ଅଧିକ ରହିଛି । ଆଗକୁ ରୋଗୀ ସଂଖ୍ୟା ଦେଖି ବେଡ୍ ସଂଖ୍ୟା ବୃଦ୍ଧି କରାଯିବ । ଅନ୍ୟ ଦେଶରେ ବି ସଙ୍କ୍ରମଣ ବଢୁଛି , ଆକ୍ରାନ୍ତଙ୍କର ସାମାନ୍ୟ ଲକ୍ଷଣ ରହୁଛି । ତେବେ ମୃତ୍ୟୁ, ହସ୍ପିଟାଲାଇଜେସନ , ଆଇସିୟୁର ଆବଶ୍ୟକତା କମ ରହୁଛି ।