ଯାତ୍ରୀବାହୀ ବସରୁ ବେଆଇନ୍ ଭାବରେ ଆସୁଥିବା ବିପୁଳ ପରିମାଣର କଫ୍ ସିରଫ ଜବତ କରିଛି ବଲାଙ୍ଗୀର ପୋଲିିସ । କଟକରୁ ଭବାନୀପାଟଣା ଯାଉଥିବା ଗୋପୀନାଥ ନାମକ ଏକ ବସରୁ ୨୨ଶହ ୪୦ଟି ବୋତଲ ଜବତ କରିଛି ପୋଲିସ । ଘଟଣାରେ୩ ଜଣଙ୍କୁ ଗିରଫ କରାଯାଇଛି । ଟିଟିଲାଗଡ଼ ରାସ୍ତାର ଏକ ଶ୍ମଶାନ ନିକଟରେ କଫ୍ ସିରଫଗୁଡ଼ିକ ବସରୁ କଢ଼ାଯାଉଥିବା ବେଳେ ଧରିଥିଲା ପୋଲିସ । ପୂର୍ବରୁ ବାରମ୍ବାର ଏହି ଅଞ୍ଚଳରୁ ବେଆଇନ୍ କଫ ସିରଫ ଜବତ ହୋଇଥିଲେ ବି ନିଶା ବେପାରୀଙ୍କ ସାହାସ କମୁନି । ପୂର୍ବରୁ ବଲାଙ୍ଗୀର ଏସପିଙ୍କ ଦ୍ୱାରା ଏକ ଟିମ୍ ଗଠନ କରାଯାଇ ଅନ୍ତରାଜ୍ୟ ରାକେଟକୁ ଠାବ କରିବା ସହ ମୁଖ୍ୟ କିଙ୍ଗପିନକୁ ଗିରଫ କରାଯାଇଥିଲା । ୪୦ ଲକ୍ଷରୁ ଅଧିକ ଟଙ୍କାର କଫ ସିରପ୍ ଜବତ କରିଥିଲା ପୋଲିସ ।
