Odia News Portal

ରାଜ୍ୟରେ ସମାନ୍ତରାଳ ସ୍ଥିତିରେ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ସମାନ୍ତରାଳ ଭଳି ସ୍ଥିତିରେ ରହିଛି ସଂକ୍ରମଣ । କେତେବେଳେ ଅପ୍ କେତେବେଳେ ଡ଼ାଉନ୍ ସ୍ଥିତିରେ ମଧ୍ୟ ରହୁଛି । ଗତକାଲି ସଂକ୍ରମଣ ୮ହଜାର ଛୁଇଁଥିବା ସମୟରେ ଆଜି ସଂକ୍ରମଣ ୭ହଜାର ପାଖାପାଖି ରହିଛି । ତେବେ,ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ମୃତ୍ୟୁ ସଂଖ୍ୟା କମ୍ । ଯେ କୌଣସି ସ୍ଥିତି ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।