Odia News Portal

ଟିକାକରଣର ପୂର୍ବରୁ ରାଜ୍ୟକୁ ଆସିବ ଭ୍ୟାକ୍ସିନ

ଭୁବନେଶ୍ୱର: ଟିକାକରଣର ଦୁଇ ତିନି ଦିନ ପୂର୍ବରୁ ରାଜ୍ୟକୁ ପହଞ୍ଚିପାରେ ଟିକା । ଆସନ୍ତା ୧୬ ତାରିଖରେ ଦେଶରେ ଟିକାକରଣ ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା । ତେବେ ଏହା ପୂର୍ବରୁ ରାଜ୍ୟରେ ଟିକା ପହଞ୍ଚିପାରେ ବୋଲି କୁହାଯାଉଛି । ଓଡ଼ିଶାର ୧୬୦ଟି ସ୍ଥାନରେ ଟିକାକରଣ ହେବ । ଦୁଇଟି ଜାଗାରେ ଟୁ ୱେ କମ୍ୟୁନିକେସନ ରହିବ । ଡିଏଚଏଚ ସୁନ୍ଦରଗଡ଼ ଓ କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା ରହିବ ।

ଏଠାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟିକାକରଣ ସମ୍ପର୍କରେ ସିଧାସଳଖ ଫିଡ୍‌ବ୍ୟାକ୍‌ ନେଇପାରିବ । ଟିକାକରଣ‌ ପରିଚାଳନା ପାଇଁ ରାଜ୍ୟସ୍ତରରେ ଷ୍ଟେଟ୍‌ ମନିଟରିଂ ଟିମ୍‌ ଗଠନ ହୋଇଛି । ଟିମ୍ ଜିଲ୍ଲାସ୍ତରକୁ ଯାଇ ମନିଟରିଂ କରିବେ । ସେପଟେ କରୋନା ଟିକାକରଣ ପାଇଁ ୧୭, ୧୮ ଓ ୧୯ରେ ହେବାକୁ ଥିବା ପଲସ ପୋଲିଓ ଟୀକା କରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।