Odia News Portal

ଯୁବ ବିଜେଡ଼ି ପକ୍ଷରୁ କୋଭିଡ୍ ହେଲ୍ପଲାଇନ୍ ନମ୍ବର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଯୁବପୀଢିଙ୍କୁ ନିଶୁଳ୍କ ଟିକାକରଣ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ବିଜୁ ଯୁବ ଜନତା ଦଳ ପକ୍ଷରୁ ୱେବିନାର୍‌ ମାଧ୍ୟମରେ କୃତଜ୍ଞତା ସଭା ଅନୁଷ୍ଠିତ |ତେବେ ଏହି ୱେବିନାର୍‌ ରେ ଯୁବ ବିଜେଡ଼ି ପକ୍ଷରୁ ଜାରି କରାଯିବ କୋଭିଡ୍ ହେଲ୍ପଲାଇନ୍ ନମ୍ବର | ଯୁବ ବିଜେଡ଼ି ପକ୍ଷରୁ ୩୫ ସାଙ୍ଗଠନିକ ଜିଲ୍ଲାରେ ଜାରି କରାଯିବ ଏହି ହେଲ୍ପଲାଇନ୍ ନମ୍ବର ।

ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଡଃ. ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କୃତଜ୍ଞତା ସଭାରେ ମୁଖ୍ୟ ଅତିଥି ରୂପେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ରାଜ୍ୟର କୋଭିଡ୍‌ ସ୍ଥିତି ସମ୍ବନ୍ଧରେ ଆଲୋଚନାକରି କହିଥିଲେ ଯେ, କୋଭିଡ ମହାମାରୀ ସମୟରେ ଆମ ସମସ୍ତଙ୍କର ଦାୟିତ୍ୱ ଅନେକ ବଢିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ଦଳର ପ୍ରତ୍ୟେକ କର୍ମକର୍ତ୍ତା,ଅସହାୟ ତଥା ସମସ୍ୟାରେ ଥିବା ଜନସାଧାରଣଙ୍କ ସେବା କରିବା ନିମନ୍ତେ ଆଗେଇ ଆସିବାକୁ ଶ୍ରୀ ଦାସ କହିଛନ୍ତି। ସେହିଭଳି ୩୫ଟି ସାଙ୍ଗଠନିକ ଜିଲ୍ଲାରେ ଯୁବ ବିଜେଡି ପକ୍ଷରୁ କୋଭିଡ୍‌ ହେଲ୍ପଲାଇନ୍ ନମ୍ବର ଜାରି କରାଯିବ ଏବଂ ଏହି କୋଭିଡ୍‌ ହେଲ୍ପଲାଇନ୍ ନମ୍ବର ସହାୟତାରେ ସମସ୍ତ ଯୁବକମାନଙ୍କ ପାଇଁ କୋଭିଡ୍‌ ମହାମାରୀ ସମ୍ବଦ୍ଧୀୟ ସମସ୍ତ ସହାୟତା ପ୍ରଦାନ କରାଯିବ |

ଅନ୍ୟପକ୍ଷେ ଡଃ. ବ୍ୟୋମକେଶ ରାୟ କହିଥିଲେ ଯେ, ଯୁବପୀଢିଙ୍କୁ ନିଶୁଳ୍କ ଟିକା ପ୍ରଦାନ ନିଷ୍ପତ୍ତି ଏବଂ ଦେଶର ଅନ୍ୟ ରାଜ୍ୟକୁ ଅମ୍ଳଜାନ ସଙ୍କଟ ସମୟରେ ଅମ୍ଳଜାନ ଯୋଗାଇବା ଉଭୟ ଐତିହାସିକ ନିଷ୍ପତ୍ତି । ୧୮ରୁ ୪୫ ବର୍ଷ ପର୍ଯ୍ୟନ୍ତ ଯୁବପୀଢିମାନଙ୍କ ଟିକାକରଣ ପାଇଁ ରାଜ୍ୟ ସରକାର ୨୦୦୦ କୋଟିର ଆର୍ଥିକ ବୋଝ ବ୍ୟୟବରାଦ କରିଥିବାରୁ ବିଜୁ ଯୁବଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।