Odia News Portal

୩ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ବର: ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜି ଠାରୁ ୩ ଦିନ କରୋନା ଟିକାକରଣ ବନ୍ଦ ରହିବ । ଆଜିଠାରୁ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ ଟିକା ଦିଆଯିବ ନାହିଁ । ତେବେ ୩ ତାରିଖଠାରୁ ରାଜ୍ୟରେ ପୁଣିଥରେ ଟିକାକରଣ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଚଳିତମାସ ୧୬ତାରିଖଠାରୁ ୩ଦିନ ବ୍ୟାପୀ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା। ମାତ୍ର ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭ ହେବା ପରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ତେବେ ଆଜିଠାରୁ ପୋଲିଓ ବୁନ୍ଦା ଦିଆଯିବ। ୫ବର୍ଷରୁ କମ୍ ଶିଶୁ ଏହି ବୁନ୍ଦା ଦିଆଯିବା। ରାଜ୍ୟବ୍ୟାପୀ ୪୧,୩୧,୭୬୩ ଶିଶୁଙ୍କୁ ଏହି ଟିକା ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୟୁନିଟ୍‌-୪ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ବୋଲି ସୂଚନା ମିଳିଛି।