Odia News Portal

ଜାନୁଆରୀ ୩ ରୁ ଦିଆଯିବ ଟିକା

୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଦିଆଯିବ କୋଭିଡ୍ ଟିକା । ଏଥିପାଇଁ ଆଜିଠାରୁ କୋ-ଓ୍ଵିନ୍ ଆପ୍‌ରେ କରିପାରିବେ ପଞ୍ଜିକରଣ । ଦଶମ ଶ୍ରେଣୀର ପରିଚୟ ପତ୍ରକୁ ଏକ ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ ।
ଯେଉଁ ଛାତ୍ରଛାତ୍ରୀଙ୍କ ଆଧାର ଏବଂ ଅନ୍ୟ ପରିଚୟ ପତ୍ର ନଥିବ ସେମାନେ ଆଇଡେଣ୍ଟି କାର୍ଡ ଦ୍ୱାରା କୋଓ୍ଵିନ୍ ଆପ୍‌ରେ ରେଜିଷ୍ଟର କରିପାରିବେ । ସ୍ଲଟ୍ ବୁକିଂ କରି ନିର୍ଦ୍ଧାରିତ ଟିକାକରଣ କେନ୍ଦ୍ରରେ ୩ ତାରିଖରୁ ଟିକା ନେଇପାରିବେ । ଏହାଛଡ଼ା ଅନ୍ ଦ ସ୍ପଟ ଟିକାକରଣର ବ୍ୟବସ୍ଥା ରହିଛି । ଯେଉଁମାନେ ସ୍ଲଟ୍ ବୁକିଂ କରିପାରିବେନି, ସେମାନେ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚି ଟିକା ନେଇପାରିବେ ।