Odia News Portal

ରାଜଧାନୀରେ ଟିକା ନେଲେ ୧୮ ବର୍ଷରୁ ଅଧିକ

ଭୁବନେଶ୍ୱର: ଦେଶରେ ଆଜିଠାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟିକାକରଣ | ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣର ଡ୍ରାଏ ରନ୍ ଚାଲିଛି । ସୂଚନା ଅନୁଯାୟୀ ନୟାପଲ୍ଲୀ ଆଇଆରସି ଭିଲେଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଡ୍ରାଏ ରନ ହୋଇଛି । ବିଏମସି କମିଶନର ପ୍ରେମଚନ୍ଦଙ୍କ ଉପସ୍ଥିତିରେ ଟିକାକରଣ ହୋଇଛି ।୧୮ ବର୍ଷରୁ ଅଧିକ ୫୦ ଜଣଙ୍କୁ ଟିକା ଦିଆଯାଇଛି । ମେ’ ୧ରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ନେଇ ସନ୍ଦେହ ଥିବା ସମୟରେ ଗତକାଲି ରାତିରେ ଦେଢ଼ ଲକ୍ଷ ଡୋଜ କୋଭାକ୍ସିନ ଟିକା ପହଂଚିବା ପରେ ସ୍ୱାସ୍ଥ୍ୟ ବିଭାଗ କହିଥିଲା ଆଜି ସପ୍ତାହାନ୍ତ ସଟ ଡାଉନ ଥିବାରୁ କେବଳ ୫୦ ଜଣଙ୍କୁ ହିଁ ଟିକା ଦିଆଯାଇଛି |