Odia News Portal

ଖୁବ୍ ଶୀଘ୍ର ୫ ରୁ ୧୧ ବର୍ଷ ପିଲାମାନଙ୍କୁ ଦିଆଯିବ କୋଭିଡ୍ ଟିକା

ଦେଶରେ ଖୁବ୍ ଶୀଘ୍ର ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ କୋଭିଡ୍ ଟିକା ଦିଆଯିବ । ଏହି ବୟସ ବର୍ଗର ପିଲାମାନଙ୍କ ସକାଶେ ବାୟୋଲୋଜିକାଲ-ଇ ଦ୍ବାରା ବିକଶିତ କୋର୍ବେଭାକ୍ସ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରି ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି ସୁପାରିଶ କରିଛି।

ତେବେ ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ସୁପାରିସ ପାଇଁ ବିଶେଷଜ୍ଞ କମିଟି ଏହି ଟିକାର ନିର୍ମାତା ଭାରତ ବାୟୋଟେକ୍ ଠାରୁ ଅଧିକ ତଥ୍ୟ ମାଗିଛି ।

ଭାରତୀୟ ଡ୍ରଗ୍ସ ନିୟାମକ (ଡିସିଜିଆଇ) ଗତ ବର୍ଷ ଡିସେମ୍ବର ୨୮ ରେ ବୟସ୍କମାନଙ୍କ ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ କୋଭୋଭାକ୍ସକୁ ମଞ୍ଜୁରି ପ୍ରଦାନ କରିଥିଲା ​​ଏବଂ ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁଯାୟୀ ଏହି ଟିକାକୁ ୧୨ ରୁ ୧୭ ବର୍ଷ ବୟସ ବର୍ଗ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୯ ରେ ଅନୁମୋଦନ କରାଯାଇଥିଲା।

ସମ୍ପ୍ରତି ୧୨ ରୁ ୧୪ ବର୍ଷ ବୟସର ପିଲାମାନଙ୍କ ଟିକାକରଣ ପାଇଁ ବାୟୋଲୋଜିକାଲ-ଇ’ର କୋର୍ବେଭାକ୍ସର ବ୍ୟବହାର ହେଉଛି | ୨୦୨୧ ଡିସେମ୍ବର ୨୪ରେ ୧୨ ରୁ ୧୮ ବର୍ଷ ବୟସ ପାଇଁ ଭାରତୀୟ ଡ୍ରଗ୍ସ ନିୟାମକ ଦ୍ବାରା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ତାଲିକା (ଇୟୁଏଲ୍) ପ୍ରଦାନ କରାଯାଇଥିଲା |ମାର୍ଚ୍ଚ ୧୬ରେ ଭାରତରେ ୧୨-୧୪ ବର୍ଷ ବୟସର ପିଲାମାନଙ୍କର ଟିକାକରଣ ଆରମ୍ଭ ହୋଇଥିଲା |