Odia News Portal

ରାଜ୍ୟରେ ୩୦ ସୁଦ୍ଧା ମିଳିବ ଟିକା

ଝାରସୁଗୁଡ଼ା: ଖୁବଶୀଘ୍ର ରାଜ୍ୟରେ ଉପଲବ୍ଧ ହେବ କୋଭିଡ୍ ଭ୍ୟାକ୍ସିନ୍ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଓଡ଼ିଶାରେ ଜାନୁଆରୀ ୩୦ ତାରିଖ ନଚେତ୍ ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା କୋରୋନା ଟିକା ଉପଲବ୍ଧ ହେବ । ତେବେ ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଓ ବୟସ୍କଙ୍କୁ ଟିକା ଦିଆଯିବ । ଏଥିପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି । ଜିଲ୍ଲାସ୍ତରରେ ମଧ୍ୟ ଶୀତଳଭଣ୍ଡାର ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ଗତ ୨ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟିକାକରଣର ଡ୍ରାଏ ରନ୍ ହୋଇଥିଲା । ଏଥିରେ ୨୫ ଜଣ ଲେଖାଏଁ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ଦେଶରେ ଜରୁରୀକାଳୀନ ଅନୁମତି ପାଇଁ ଡିସିଜିଆଇ ୨ଟି ଭ୍ୟାକ୍ସିନକୁ ଅନୁମତି ଦେଇଛନ୍ତି । ଅକ୍ସଫୋର୍ଡର କୋଭିସିଲଡ଼ ଓ ଭାରତ ବାୟୋଟେକର କୋଭାକ୍ସିନକୁ ଅନୁମତି ଦେଇଛନ୍ତି ଭାରତ ସରକାର | ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ଲାଗି ୩ ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ପରେ ଆହୁରି ଅଧିକ ପ୍ରସ୍ତୁତ ହେବ ।