Odia News Portal

ଭୁବନେଶ୍ୱରରୁ ଆଜି ୯୩ କରୋନା ପଜିଟିଭ

ଭୁବନେଶ୍ବର() ଆଜି ଭୁବନେଶ୍ୱରରୁ ମାତ୍ର ୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୧ ଓ ସ୍ଥାନୀୟ ଅଞ୍ଚଳରୁ ୭୨ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୨୫୪ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୮ ହଜାର ୯୮୫ କୁ ବୃଦ୍ଧି ପାଇଛି ।

ମୋଟ ୨୮ ହଜାର ୯୮୫ପଜିଟିଭ ମଧ୍ୟରୁ ୧୬୨ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୨୭ ହଜାର ୦୮୦ ଜଣ ସୁସ୍ଥ ଓ ୧୭୨୨ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।