Odia News Portal

ଭ୍ୟାକ୍ସିନ ସେଣ୍ଟରରେ ପହଁଚିଲା କୋଭିସିଲ୍ଡ

ଭୁବନେଶ୍ୱର: ବିମାନବନ୍ଦରରୁ ସିଧା ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ଗଲା କୋଭିସିଲ୍ଡ ଟିକା । ଅପରାହ୍ନ ୩ଟା ୪୦ ମିନିଟରେ ଭୁବନେଶ୍ୱରରେ ଟିକା ପହଁଚିବା ପରେ ୩ଟି ସ୍ୱତନ୍ତ୍ର ଭ୍ୟାକ୍ସିନ୍ ଭ୍ୟାନ ଯୋଗେ ରାଜ୍ୟ ଟୀକା ଭଣ୍ଡାରକୁ ଆସିଛି କୋଭିସିଲ୍ଡ ଟିକା ।

ତେବେ ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଥିବା ବେଳେ ପ୍ରଥମ ପର୍ଯ୍ୟାୟ ଟିକା ଓଡ଼ିଶାକୁ ମିଳିସାରିଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୪୦ ହଜାର ୮୦୦ ବୋତଲ ପଠାଇଛି ସେରମ । ଏହି ସମସ୍ତ ଟିକା ରାଜ୍ୟ ଔଷଧ ନିଗମରେ ସଂରକ୍ଷିତ ରହିଛି ।ତେବେ ଏହିଠାରୁ ହିଁ ସମସ୍ତ ଜିଲ୍ଲାକୁ ପଠାଯିବ ଟିକା ।

ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ତଥା ଆଗଧାଡ଼ିର କୋଭିଡ଼ ଯୋଦ୍ଧାଙ୍କୁ ଦିଆଯିବ ଟିକା । ତେବେ ଆବଶ୍ୟକୀୟ ସଂଖ୍ୟାରେ ଟିକା ପହଞ୍ଚିଲେ ପ୍ରଥମେ ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଆସନ୍ତା ୧୬ ତାରିଖରେ ପ୍ରାୟ ୧୬୦୦ ଲୋକଙ୍କୁ ଟିକାକରଣ କରାଯିବ । ଆଉ ଏଥିପାଇଁ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି । ସେପଟେ କରୋନା ଟିକା ପହଁଚିବା ପରେ ବିମାନବନ୍ଦର ଅଧିକାରୀ ଏସ.କେ ରାଉତ କହିଛନ୍ତି କି, ପ୍ରଥମ ଦଫାରେ ଆସିଥିବା ଟିକାକୁ ଆମେ ଗ୍ରହଣ କରିଛୁ । ପ୍ରାୟ ୧୨ଶହ କେ.ଜି ଓଜନର ୩୪ଟି ପ୍ୟାକେଟ୍ ଓଡ଼ିଶା ଆସିଛି ।