Odia News Portal

୨୦ ଦିନର ରୋଗୀଣା ଶିଶୁକୁ ତଣ୍ଟି ଚିପି ହତ୍ୟା କଲା ପିଶାଚିନୀ ମା’

ଝିଅକୁ ହତ୍ୟା କଲା ଜନ୍ମ କଲା ମା’ । ୨୦ ଦିନର ଶିଶୁକନ୍ୟାକୁ କଲା ହତ୍ୟା । ମହାରାଷ୍ଟ ୱାଡ଼ି ଆଦମପୁର ଗ୍ରାମରେ ଜଣେ ମହିଳା ନିଜ ଜନ୍ମିତ ଶିଶୁକୁ ତଣ୍ଟି ଚିପି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଡାକ୍ତରଖାନାରେ ଶିଶୁକନ୍ୟାଟି ଜନ୍ମ ହେବା ପରେ ତାର ଶରୀରରେ କୌଣସି ଅସୁବିଧା ଥିବା ମହିଳା ଜାଣିବାକୁ ପାଇଥିଲେ । ତେଣୁ ଶିଶୁଟିର ତଣ୍ଟି ଚିପି ହତ୍ୟା କରିଦେଲେ । ପୋଲିସର ସୂଚନାନୁସାରେ, ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ମହିଳା ଜଣକ ଗତ ମାସ ନିଜ ସମ୍ପର୍କୀୟଙ୍କ ସହ ତେହ୍ଲାରା ଗ୍ରାମ୍ୟ ଡାକ୍ତରଖାନାକୁ ଯାଇଥିଲେ । ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଦେଖି ଡାକ୍ତର ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଯିବାକୁ ପରାମର୍ଶ ଦେଲେ । ମାତ୍ର, ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ବ୍ୟବଚ୍ଛେଦ କରିବା ପରେ ଶିଶୁଟିକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ରିପୋର୍ଟରେ ଜଣାପଡିଛି । ହତ୍ୟା ପଛର ଉଦ୍ଦେଶ୍ୟ ଅସ୍ଫଷ୍ଟ ରହିଥିବା ବେଳେ ମହିଳା ଜଣକ ଜନ୍ମିତ ଶିଶୁକୁ ତଣ୍ଚି ଚିପି ହତ୍ୟା କରିଥିବା ଘଟଣା ସମସ୍ତଙ୍କୁ ତାଜୁବ୍ କରିଛି । ଶିଶୁଟିକୁ ହତ୍ୟା କରିଥିବାରୁ ମହିଳାଙ୍କୁ ଇଣ୍ଡିଆନ୍ ପେନାଲ କୋଡ ଅନ୍ତର୍ଗତ ଧାରା ୩୦୨ ଅଧିନରେ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି ।