Odia News Portal

ସିମବକ୍ସ ସାଇବର ଠକଙ୍କ ରାକେଟ ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ

 ରାଜ୍ୟରେ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ସାଇବର୍ ଠକେଇ କରୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାର ମାଷ୍ଟର ମାଇଣ୍ଡ ବିଶାଳ ଖଣ୍ଡେଲଓ୍ୱାଲ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କେଓ୍ୱାଇସି ମାଗିବା ନାଁରେ ଫେକ୍ ମେସେଜ୍ ପଠାଇ ସାଇବର୍ ଠକେଇରେ ‍ସଂପୃକ୍ତ ଥିଲା ଏହି ରାକେଟ ।

ଟେଲିକମ ବିଭାଗର ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ନିମନ୍ତେ ଏକ ଟିମ୍ ଗଠନ କରିଥିଲା। ପ୍ରି- ଆକ୍ଟିଭେଟେଡ ସିମ୍‌କୁ ନେଇ ସିମ୍‌ବକ୍ସ ମେସିନରେ ପକାଇ ଠକେଇ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଓଡ଼ିଶା ଓ ବିହାରରେ କାର୍ଯ୍ୟକ୍ଷମ ଥିବା ଜଣାପଡ଼ିଥିଲା। ରାଜ୍ୟରେ ମୟୂରଭଞ୍ଜ ଖୁଣ୍ଟିରେ ଏହି ରାକେଟ ସକ୍ରିୟ ଥିବା ତଦନ୍ତ ବେଳେ ଜଣା ପଡ଼ିଥିଲା। ଏହାପରେ ପୋଲିସ୍‌ ଖୁଣ୍ଟିରେ ଚଢ଼ାଉ କରି ସେଠାରୁ ବେତନଟୀ, ବାରିପଦା ଆଦି ଅଞ୍ଚଳରେ ଚଢଉ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି।