Odia News Portal

ମୁଣ୍ଡଳୀ ମହାନଦୀରେ କୁମ୍ଭୀର ଆତଙ୍କ, ଲୋକେ ଭୟଭୀତ

ମୁଣ୍ଡଳୀ ମହାନଦୀରେ କୁମ୍ଭୀର ଆତଙ୍କ । ବାରଙ୍ଗ ମୁଣ୍ଡଳୀ ଠାରେ ମହାନଦୀ ମଝିରେ ଥିବା ଗୋଟିଏ ଟାପୁ ଉପରେ ଏକ ଘଡ଼ିଆଳ କୁମ୍ଭୀର ଶୋଇ ରହିଥିବା ଦେଖିବାକୁ ମିଳିଥିଲା । କୁମ୍ଭୀରର ଲମ୍ବ ପ୍ରାୟ ୧୨ ଫୁଟ ହେବ ବୋଲି ଅନୁମାନ କରାଯାଉଛି । କୁମ୍ଭୀରକୁ ନେଇ ଲୋକେ ଆତଙ୍କିତ ହୋଇଥିବା ବେଳେ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।