Odia News Portal

ପୁଣି ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ, ଗ୍ରାମବାସୀ ଭୟଭୀତ

ପୁଣି ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ଅଳଭା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଗାଁରେ ଥିବା ପୋଖରୀରେ କୁମ୍ଭୀର ବୁଲୁଥିବା ଲୋକେ ଦେଖିଥିଲେ । ତେବେ ଆଜି ସଖାଳୁ କୁମ୍ଭୀରକୁ ଦେଖିବା ପାଇଁ ପୋଖରୀ କୂଳରେ ଗ୍ରାମବାସୀଙ୍କ ଭିଡ ଜମିଥିଲା । ସଖାଳୁ ପୁଣି କୁମ୍ଭୀର ବୁଲୁଥିବା ବେଳେ ପୋଖରୀରେ ଛଡା ଯାଇଥିବା ମାଛକୁ ଖାଉଥିବା ନେଇ ଅଭିଯୋଗ କରିଛନ୍ତି ମାଛ ଚାଷୀ । ସେମାନଙ୍କ କହିବା ଅନୁଯାଇ ପୋଖରୀରେ ଦେଢ଼ ଲକ୍ଷ ଟଙ୍କାର ମାଛ ଛଡା ଯାଇଥିଲା । ହେଲେ କୁମ୍ଭୀର ପଶି ସବୁ ସାରିଦେଲା । ଏନେଇ ବନ ବିଭାଗ କ୍ଷତି ପୂରଣ ଦେବା ପାଇଁ ଦାବି ହୋଇଛି । ତେବେ ବ୍ରାହ୍ମଣୀରେ କୁମ୍ଭୀର ଆତଙ୍କ ଲାଗି ରହିଥିବା ବେଳେ ଏବେ କୁମ୍ଭୀର ଗାଁ ମୁହାଁ ହେବା ନେଇ ଏବେ ସାଧାରଣ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଅନ୍ୟପଟେ ବନ ବିଭାଗ ଅଧିକାରୀ ଗାଁରେ ପହଞ୍ଚି ଜାଲ ଦ୍ୱାରା କୁମ୍ଭୀରକୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।