ରୋଚକ ମୋଡ଼ରେ କ୍ରସ ଭୋଟିଂ ବିବାଦ; ପ୍ରମିଳାଙ୍କୁ ବିଧାୟକଙ୍କ ଫୌଜଦାରୀ ମାମଲା ଚେତାବନୀ, ବସିଲା ଶୃଙ୍ଖଳା କମିଟି ବୈଠକ By Swadhikar News Last updated Mar 21, 2026 ରୋଚକ ମୋଡ଼ରେ ପହଁଚିଛି ବିଜେଡିର କ୍ରସ ଭୋଟିଂ ବିବାଦ । ଦଳ ଜାରି କରିଥିବା ନୋଟିସର ଜବାବ ରଖିଛନ୍ତି ବିଜେଡି ବିଧାୟକ । ନୋଟିସ କରିଥିବା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ବିଧାୟକ ଦେଖାଇଛନ୍ତି ନାଲି ଆଖି । ନୋଟିସ ଫେରାଇ ନିଅ, ନହେଲେ ଫୌଜଦାରୀ ମାମଲା କରିବାକୁ ଚେତାବନୀ ଦେଇଛନ୍ତି ବିଧାୟକ । ସେପଟେ ଶଙ୍ଖ ଭାବନରେ ବସିଲା ବିଜେଡିର ଶୃଙ୍ଖଳା କମିଟି ବୈଠକ ।ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କୁ ବିଜେଡି ପକ୍ଷରୁ ଜାରି ହୋଇଥିଲା କାରଣ ଦର୍ଶାଅ ନୋଟିସ । ବିଜେଡିର ତିନି ଜଣ ବିଧାୟକଙ୍କ ଉତ୍ତର ହସ୍ତଗତ ହୋଇଛି । ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ବାଲିଗୁଡା ବିଧାୟକ ଚକ୍ରମଣୀ କହଁରଙ୍କ ଉତ୍ତର ସର୍ବସାଧାରଣ ହୋଇଛି । ମିଳିଥିବା ଉତ୍ତର ବିଜେଡିର କ୍ରସ ଭୋଟିଂ ବିବାଦକୁ ରୋଚକ ମୋଡ଼କୁ ନେଇଛି । କାରଣ ଦର୍ଶାଅ ନୋଟିସ କରିଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ବିଧାୟକ ଦେଇଛନ୍ତି କଡା ଚେତାବନୀ । ନୋଟିସ ଫେରାଇ ନିଅ ନହେଲେ ଫୌଜଦାରୀ ମାମଲା କରିବୁ ବୋଲି ନାଲି ଆଖି ଦେଖାଇଛନ୍ତି ବିଧାୟକ ମାନେ । ବିଧାୟକଙ୍କ ଉତ୍ତର ଉପରେ ଜବାବ ରଖିଛନ୍ତି ପ୍ରମିଳା । ବସ୍ତା ବିଧାୟିକା ସୁବାସିନୀ, ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କ ଉତ୍ତର ମିଳିନାହିଁ ।ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ଅଭିଯୋଗରେ ବିଜେଡି ପକ୍ଷରୁ ୬ ଜଣ ବିଧାୟକଙ୍କୁ ପଠା ଯାଇଥିଲା କାରଣ ଦର୍ଶାଅ ନୋଟିସ । ବିଜେଡିର ୩ ଜଣ ବିଧାୟକ ଦଳ ପକ୍ଷରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି । ତିନି ଜଣ ବିଧାୟକଙ୍କ ଉତ୍ତର ପ୍ରାୟ ଏକ ପ୍ରକାର ରହିଛି । ଉତ୍ତରରେ ଲେଖିଛନ୍ତି, “ଦଳ ଆମ ଉପରେ ଭିତ୍ତିହୀନ କାରଣ ଦର୍ଶାଅ ନୋଟିସ ଜାରି କରିଛି । ଏହା ବେଆଇନ ଓ ଦଳୀୟ ନେତୃତ୍ୱଙ୍କ ସ୍ୱେଚ୍ଛାଚାରିତା । ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ଦଳର ନେତୃତ୍ୱ ସୀମା ଅତିକ୍ରମ କରିଛନ୍ତି । ଏହା ସହ କାରଣ ଦର୍ଶାଅ ନୋଟିସ ଜାରି କରି ଦଳର ନେତୃତ୍ୱ ଭାରତୀୟ ନ୍ୟାୟ ସଂହିତାର ଧାରା ଭାଙ୍ଗି ଦଣ୍ଡନୀୟ ଅପରାଧ କରିଛି ଦଳ । ଆମେ କେବେ ବି ଦଳର ସଦସ୍ୟତା ପରିତ୍ୟାଗ କରିନାହୁଁ । ରାଜ୍ୟସଭା ନିର୍ବାଚନରେ ଆମେ ସ୍ୱାଧୀନ ମତଦାନ କରି କୌଣସି ଆଇନର ଉଲ୍ଲଘଂନ କରିନାହୁଁ । ଦଳର ନିର୍ଦ୍ଦେଶରେ ୧୫ ତାରିଖରେ ହୋଇଥିବା ଦଳୀୟ ବୈଠକ ନିଷ୍ପତ୍ତି ଉଲ୍ଲଘଂନ କରିଥିବା ନେଇ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଆମେ କେବେ ବି ଦଳର ନିଷ୍ପତ୍ତି କି ନିର୍ଦ୍ଦେଶ ଉଲ୍ଲଘଂନ କରିନାହୁଁ ।”ସେପଟେ ଆଜି ସନ୍ଧ୍ୟାରେ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ଶୃଙ୍ଖଳା କମିଟି ବୈଠକ । ବୈଠକର ଅଧ୍ୟକ୍ଷତା କରିଛନ୍ତି ଚନ୍ଦ୍ର ଶେଖର ସାହୁ । ବୈଠକରେ ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ସାରଦା ପ୍ରସନ୍ନ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ ବିଜେଡ଼ି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, “୬ ବିଜେଡି ବିଧାୟକ କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି । ଯାହା ଲାଗୁଛି, ଗୋଟେ ସ୍ଥାନରୁ ସମସ୍ତଙ୍କ ଲେଖା ଆସିଛି । ଭୋଟ ପରେ ସେମାନେ ଗଣମାଧ୍ୟମରେ ଦେଇଥିବା ବାଇଟ କ୍ଲିପକୁ ତଦାରଖ କରାଗଲା । ଏ ସବୁ ଦଳ ବିରୋଧୀ ଆଚରଣ ଥିଲା । ଏ ନେଇ ରିପୋର୍ଟ ଦଳୀୟ ରିପୋର୍ଟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦିଆଯିବ । ସେ ଏହା ଉପରେ ଯାହା କାର୍ଯ୍ୟାନୁଷ୍ଠାନ ନେବେ । swadhikarswadhikar news Share