Odia News Portal

ରାଜ୍ୟରେ ଗବେଷଣା ସଂସ୍କୃତିକୁ ବ୍ୟାପକ କରିବ : ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର : ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ଅଧିକ ବ୍ୟାପକ ଏବଂ ଗବେଷଣା ସଂସ୍କୃତିକୁ ଅ ।ଗେଇ ନେବା ଦିଗରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା ଏକ ସମୟୋପଯୋଗୀ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ଯୁବକଯୁବତୀଙ୍କୁ ଅଧିକ ଦକ୍ଷ କରି ତୋଳିବା ସହିତ ସେମାନଙ୍କର ଗବେଷଣା ଲବ୍ଧ ଜ୍ଞାନ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ସହାୟକ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଅ ।ୟୋଜିତ ଏକ ଭର୍ଚୁଆଲ ବୈଠକରେ ମନୋନୀତ ରିସର୍ଚ୍ଚ ସ୍କଲାରମାନଙ୍କ ସହିତ ଅ ।ଲୋଚନା କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଥିଲେ ଯେ ମାନବ ସମାଜ ଦିନକୁ ଦିନ ନୂଆ ନୂଆ ଅ ।ହ୍ୱାନର ସମ୍ମୁଖୀନ ହେଉଛି । କୋଭିଡ୍-୧୯ ପରି ମହାମାରୀ ଯୋଗୁ ସାରା ବିଶ୍ୱ ଏକ ଅସ୍ୱଭାବିକ ପରିସ୍ଥିତି ଦେଇ ଗତି କରୁଛି । ଏଥି ସହିତ ଅ ।ମ ରାଜ୍ୟକୁ ବାରମ୍ବାର ପ୍ରାକୃତିକ ବିପଯର୍ୟୟର ସମ୍ମୁଖୀନ ହେବାକୁ ପଡ଼ୁଛି । ଏପରି କ୍ଷେତ୍ରରେ ଗବେଷଣା ଲବ୍ଧ ଜ୍ଞାନ ଯେପରି ମାନବ ସମାଜର କଲ୍ୟାଣ ସାଧିତ ହୋଇପାରିବ ଏବଂ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇପାରିବ ସେଥି ନିମନ୍ତେ ଯୁବ ଗବେଷକମାନେ ବିଶେଷ ଧ୍ୟାନ ଦେବା ଉଚିତ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୧୯ ରାଜ୍ୟ ମସିହାରୁ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୁବ ଅଧ୍ୟାପକଅଧ୍ୟାପିକାମାନଙ୍କୁ ଗବେଷଣା ନିମନ୍ତେ ଦୁଇବର୍ଷ ନିମନ୍ତେ ୫ ଲକ୍ଷ ଟଙ୍କା ସିଡ୍ ଫଣ୍ଡ ପ୍ରଦାନ ଓ ଏନ୍ଇଟିରେ ଚୟନ ହୋଇଥିବା ଓ ରାଜ୍ୟ ବିଶ୍ୱବିଦ୍ୟାଳୟ କିମ୍ବା ରାଜ୍ୟ ଶିକ୍ଷାନୁଷ୍ଠାନରେ ପୂର୍ଣ୍ଣକାଳୀନ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚ୍ଡି କାର୍ଯ୍ୟକ୍ରମ ନିମନ୍ତେ ମାସିକ ୧୫ ହଜାର ଟଙ୍କାର ଫେଲୋସିପ୍ ୪ ବର୍ଷ ନିମନ୍ତେ ପ୍ରଦାନ ଏବଂ ସନ୍ଦର୍ଭ ପ୍ରକାଶନ ନିମନ୍ତେ ଅ ।ର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଇଛିି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

୨୦୨୦ ବର୍ଷ ନିମନ୍ତେ ଏହି ଯୋଜନାରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପାଇଥିବା ୧୬୬ଟି ଗବେଷଣା ପ୍ରସ୍ତାବ ଏଥି ମଧ୍ୟରୁ ୧୫୩ଟି ପ୍ରସ୍ତାବକୁ ଅଭିଜ୍ଞ ବିଶେଷଜ୍ଞ ମଣ୍ଡଳୀ ଦ୍ୱାରା ସମୀକ୍ଷା କରାଯାଇ ୧୦୬ଟି ପ୍ରସ୍ତାବକୁ ଚୟନ କମିଟି ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ସେଥି ମଧ୍ୟରୁ ୪୦ଟି ପ୍ରସ୍ତାବକୁ ସିଡ୍ ରିସର୍ଚ୍ଚ ଫଣ୍ଡ ପ୍ରଦାନ ନିମନ୍ତେ ଅନୁମୋଦନ କରାଯାଇଥିଲା । ଏଥିରେ ୧୫ଟି ପ୍ରକଳ୍ପ ବିଜ୍ଞାନ ସମ୍ମନ୍ଧୀୟ ଗବେଷଣା ହୋଇଥିବାବେଳେ ୬ଟି ଇଂଜିନିୟରିଂ, ୧୨ଟି ସାମାଜିକ ବିଜ୍ଞାନ, ୨ଟି ବାଣିଜ୍ୟ ଓ ବ୍ୟବସାୟ ଏବଂ ୫ଟି ଭାଷା ସମ୍ବନ୍ଧୀୟ ଗବେଷଣାକୁ ଅନୁମୋଦନ କରାଯାଇଥିଲା ।
ସେହିପରି ୨୦୨୦ରେ ପିଏଚ୍ଡି ରିସର୍ଚ୍ଚ ଫେଲୋସିପ୍ ନିମନ୍ତେ ୫୭ଟି ଅ ।ବେଦନପତ୍ର ମିଳିଥିବାବେଳେ ଫେଲୋସିପ୍ ନିମନ୍ତେ ୩୭ଟି ଅ ।ବେଦନକୁ ଅନୁମୋଦନ କରାଯାଇଥିଲା । ଏହି ପୂର୍ଣ୍ଣକାଳୀନ ରିସର୍ଚ୍ଚ ଫେଲୋସିପ୍ ନିମନ୍ତେ ପ୍ରତ୍ୟେକଙ୍କୁ ମାସିକ ୧୫ ହଜାର ଟଙ୍କା ଫେଲୋସିପ୍ ଏବଂ କଣ୍ଟିଜେନ୍ସି ବାବଦକୁ ବାର୍ଷିକ ୧୫ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଅ ।ର୍ଥିକ ସହାୟତା ଯୋଗାଇ ଦିଅ ।ଯାଇଛି । ୩୭ ଜଣ ରିସର୍ଚ୍ଚ ଫେଲୋସିପ୍ ମଧ୍ୟରୁ ୧୫ ଜଣ ବିଜ୍ଞାନରେ, ୧୩ ଜଣ ସାମାଜିକ ବିଜ୍ଞାନ, ୨ ଜଣ ବାଣିଜ୍ୟ ଏବଂ ୭ ଜଣ ଭାଷା ଓ ସାହିତ୍ୟ ବିଭାଗରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ବୈଠକର ମୂଳ ଅ ।ଭିମୁଖ୍ୟ ଥିଲା ମନୋନୀତ ରିସର୍ଚ୍ଚ ସ୍କଲାରମାନଙ୍କୁ ସେମାନଙ୍କ ଗବେଷଣା ନିମନ୍ତେ ପ୍ରୋତ୍ସାହିତ କରିବା ।


ବୈଠକ ପ୍ରାରମ୍ଭରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ ଯେ କୋଭିଡ୍ ମହାମାରୀ ସତ୍ତ୍ୱେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ପ୍ରୋତ୍ସାହନ ଯୋଜନାର ଅଗ୍ରଗତି ଆଶାନୁରୂପ ହୋଇପାରିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ପ୍ରଫେସର ସୁସ୍ମିତ ପ୍ରସାଦ ପାଣି, ପ୍ରଫେସର ଅତନୁ କୁମାର ପତିଙ୍କ ସମେତ ରିସର୍ଚ୍ଚ ସ୍କଲାରମାନେ ସେମାନଙ୍କ ମତ ବିନିମୟ କରିଥିଲେ ।