Odia News Portal

ଦିଲ୍ଲୀରେ ଉଠିବନି ସପ୍ତାହନ୍ତ କର୍ଫ୍ୟୁ

ଦିଲ୍ଲୀରେ ଜାରି ରହିବ ସପ୍ତାହାନ୍ତ କର୍ଫ୍ୟୁ । ଏହାସହିତ ଅଡ-ଇଭେନ ଫର୍ମୁଲାରେ ଦୋକାନ ବଜାର ଚାଲୁ ରହିବ । କରୋନା ସଙ୍କ୍ରମଣ କମିବାରୁ ଦିଲ୍ଲୀ ସରକାର ସପ୍ତାହାନ୍ତ କର୍ଫ୍ୟୁକୁ ହଟାଇବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଉପରାଜ୍ୟପାଳ ଅନିଲ ବେଜଲ ଏହାକୁ ମଞ୍ଜୁରୀ ଦେଇନାହାଁନ୍ତି । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇପ୍ରାଇଭେଟ ଅଫିସ ଚାଲିବ । ଦିଲ୍ଲୀରେ ସଙ୍କ୍ରମଣ କମୁଥିବାବେଳେ ଦେଶରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରୁ ୩,୪୭, ୨୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୦୩ ଲୋକଙ୍କ ଜୀବନ ନେଇଛି ମହାମାରୀ ।