‘ହାଲୋ… ଆପଣ ମାନସ ରାୟ କହୁଛନ୍ତି କି? ମୁଁ ଫେଡଏକ୍ସ କମ୍ପାନି କଷ୍ଟମର କେୟାରରୁ କହୁଥିଲି। ଆପଣଙ୍କ ନାଁରେ ଏକ ପାର୍ସଲ ଆସିଛି। ପାର୍ସଲରେ କିଛି ନିଶା ଦ୍ରବ୍ୟ ରହିଛି। ମୁମ୍ବାଇ କଷ୍ଟମ ଅଧିକାରୀ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଆପଣ ଅନଲାଇନ୍ ପେମେଣ୍ଟ ଜରିଆରେ ୫୦ ହଜାର ଟଙ୍କା ଦେଇ ଆମ ମୁମ୍ବାଇସ୍ଥିତ ଅଫିସରୁ ଆପଣଙ୍କ ପାର୍ସଲ ନେଇଯାଆନ୍ତୁ।’ ହଠାତ୍ ଏଭଳି ଫୋନ୍ କଲ୍ ପାଇଲା ପରେ ଯେ କେହି ବି ଭୟଭୀତ ହୋଇଯିବ। କାର୍ଯ୍ୟାନୁଷ୍ଠାନ ଭୟରେ କେହି କେହି ଟଙ୍କା ମଧ୍ୟ ଦେଇଦେବେ। କିନ୍ତୁ ଏହା ସାଇବର ଠକଙ୍କର ଏକ ନୂଆ ତରିକା। ଲୋକଙ୍କୁ ଏଭଳି ଭୟଭୀତ କରି ସାଇବର ଅପରାଧୀମାନେ ଟଙ୍କା ଲୁଟୁଥିବା ଘଟଣା ସାମ୍ନାକୁ ଆସୁଛି।
ଫେଡଏକ୍ସ ଏକ ଅନ୍ତର୍ଜାତୀୟ କୋରିଅର କମ୍ପାନି। ଏହା ଦ୍ୱାରା ବିଭିନ୍ନ ସାମଗ୍ରୀ ବାହାର ଦେଶକୁ ରପ୍ତାନି କିମ୍ବା ଆମଦାନି କରାଯାଇଥାଏ। କିଛି ଦିନ ତଳେ ରାଜଧାନୀର ଜଣେ ମହିଳାଙ୍କୁ ଏଭଳି ଏକ ହ୍ବାଟ୍ସଆପ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ଫେଡଏକ୍ସ କମ୍ପାନିର କଷ୍ଟମର କେୟାର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ବ୍ୟକ୍ତି ଜଣଙ୍କ କହିଥିଲେ ଯେ ତାଙ୍କ ନାମରେ କିଛି ସାମଗ୍ରୀ ତାଇୱାନକୁ ପଠାଯାଉଛି। ମୁମ୍ବାଇରେ ଏହାର ଯାଞ୍ଚ ପାଇଁ ମହିଳାଙ୍କ ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିଥିବା କହି ମାଗିଥିଲେ। କିନ୍ତୁ ମହିଳା ଜଣଙ୍କ କୌଣସି ସାମଗ୍ରୀ ପଠାଇ ନାହାନ୍ତି ବୋଲି କହିଥିଲେ। ତେଣୁ ସେ କୌଣସି ଓଟିପି ଦେବାକୁ ମନା କରିଥିଲେ। ଅନ୍ୟପଟେ ଥିବା ବ୍ୟକ୍ତି କହିଥିଲା ଯେ, ପାର୍ସଲରେ ତାଙ୍କ ଫୋନ୍ ନମ୍ବର ରହିଛି। ଏହା ସହ ସେଠାରେ ତାଙ୍କ ନାମ ମଧ୍ୟ ଠକ ଜଣଙ୍କ ଠିକ୍ ଭାବେ କହିଥିଲା। କିନ୍ତୁ ଠିକଣା ଭୁଲ୍ କହିଥିଲା। ଏହାସହ ପାର୍ସଲରେ ନିଶା ଦ୍ରବ୍ୟ ଥିବା ଚିହ୍ନଟ କରାଯାଇଛି ବୋଲି କହିଥିଲା। ଏଥିପାଇଁ ମୁମ୍ବାଇ ପୁଲିସ ଆପଣଙ୍କ ନାମରେ ନୋଟିସ ବାହାର କରିବ। ଏଥିରୁ ବଞ୍ଚିବା ପାଇଁ ୫୦ ହଜାର ଦେବାକୁ ଠକ ଧମକାଇଥିଲା। କିନ୍ତୁ ମହିଳା ଟଙ୍କା ଦେବାକୁ ମନା କରିବାରୁ ସେପଟୁ ଫୋନ୍ କଟି ଯାଇଥିଲା। ଏହାର କିଛି ସମୟ ପରେ ହ୍ୱାଟ୍ସଆପରେ ଏକ ମୁମ୍ବାଇ ପୁଲିସ ଲୋଗୋ ଥିବା ଏକ ନୋଟିସ ଆସିଥିଲା। ପରେ ଭିଓଆଇପି ମାଧ୍ୟମରେ ଏକ ଅନଲାଇନ୍ କଲ ଆସିଥିଲା।
Sign in
Sign in
Recover your password.
A password will be e-mailed to you.