୨୦କୋଟି ଟଙ୍କାର ସାଇବର ଠକେଇ । କମିଶନରେଟ ପୋଲିସକୁ ବଡ଼ ସଫଳତା । ଆନ୍ତଃରାଜ୍ୟ ଗ୍ୟାଙ୍ଗର ୧୨ଗିରଫ । ଏଥିରେ ବିହାରର ୭, କେରଳର ୪, ଓଡ଼ିଶାରୁ ଜଣେ ଗିରଫ । ସେମାନଙ୍କ ନିକଟରୁ ୩୦ କି ପ୍ୟାଡ ମୋବାଇଲ, ୩୦ ଆଣ୍ଡ୍ରଏଡ ମୋବାଇଲ ଏବଂ ଅନେକ ଗୁରୁତ୍ଵ ପୂର୍ଣ୍ଣ କାଗଜ ଜବତ ହୋଇଛି ।ବଡ ଧରଣର ସାଇବର ସିଣ୍ଡିକେଟ୍ କୁ ଧରିଲା କମିଶନରେଟ ପୋଲିସ I 7 ବର୍ଷ ରୁ ଅଧିକ ସମୟ ହେବ ଭୁବନେଶ୍ବର ବଡଗଡରେ ଅଫିସ ଖୋଲି ଚଳାଇଥିଲେ ନେଟୱାର୍କ I ବିହାରର କଟ୍ରି ସରାଇ ଅଞ୍ଚଳର ଏହି ଗ୍ୟାଙ୍ଗ । ଓଡ଼ିଶାରେ ଚାଲୁଥିଲା ଅଫିସ ଉପରେ ରେଡ୍ ମାରିଲା ବଡଗଡ଼ ଥାନା । ବିପୁଳ ମାତ୍ରରେ ଫୋନ, ଲାପଟପ, ଲଟେରି କାଗଜପତ୍ର ଜବତ I ଓଡିଶାର ଦେବାଶିଷ ତ୍ରିପାଠୀ ସମ୍ପୃକ୍ତ ଥିବା ବେଳେ ନିଜ ଘରେ କ୍ରିମିନାଲଙ୍କୁ ଆଶ୍ରୟ ଦେଇଥିଲା ଅଭିଯୁକ୍ତ ।ଟଙ୍କପାଣି ରୋଡରେ ଅଫିସ ଖୋଲି ସୋସିଆଲ ମିଡିଆରେ ଲଟେରି ବ୍ୟବସ୍ଥାରେ ଦେଉଥିଲେ ଲକ୍ଷାଧିକ ଟଙ୍କାର ଅଫର I ମେସୋ,naptol, Kerala ଲଟେରି, ବଜାଜ୍ ଫାଇନାସ, ଆଦି ନାମରେ ଖୋଲି ଲଟେରି ବ୍ୟବସ୍ଥା କରି ସାରା ଭାରତ ବର୍ଷରେ ଚଳାଇଥିଲେ ରାକେଟ I ଓଡିଶା ବ୍ୟକ୍ତି ଦେବାଶିଷ ତ୍ରିପାଠୀ ନିଜ ଘରେ ଚଳାଇଥିଲେ ରାକେଟ I କେରଳ, କର୍ଣାଟକ, କଲିକତା, ବିହାର ଓ ଝାରଖଣ୍ଡ ର ଲୋକଙ୍କୁ କରୁଥିଲେ ଟାର୍ଗେଟ I ଯେଉଥିପାଇଁ ପୋଲିସ ପାଉନଥିଲା ଟେର I ଲଟେରିରେ କାର ଓ ଲକ୍ଷାଧିକ ଟଙ୍କାର ଦେଉଥିଲେ ଲୋଭ I ପୁଣି ବିଭିନ୍ନ ବ୍ୟାଙ୍କରେ ଲୋନ କରାଇବା ପାଇଁ ବି ଦେଉଥିଲେ ଅଫର । ଯିଏ ଏଭଲି ଆଖିଦୃଶିଆ ଅଫରରେ ପ୍ରଭାବିତ ହେଉଥିଲେ , ସେମାନଙ୍କୁ କରୁଥିଲେ ଟାର୍ଗେଟ I
