Odia News Portal

ସାଇବର ସୁରକ୍ଷା ସଚେତନତା  ଅଭିଯାନ  ୨୦୨୫ ଉଦଘାଟିତ

ଜଗତସିଂହପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସଚେତନତା ସୁରକ୍ଷା ଅଭିଯାନ୨୦୨୫ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଜେ ସୋନାଲ ଯୋଗଦେଉ ସାଇବର ସୁରକ୍ଷା ଅଭିଯାନର ସଚେତନତା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଜିଲାର ଜନସାଧାରଣ ଏହାଦ୍ୱାରା ସଚେତନ ହୋଇ ସାଇବର କ୍ରାଇମ ପ୍ରତି ସୁରକ୍ଷିତ ଓ ସଚେତନ ରହିବେ ବୋଲି ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ  ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଙ୍କିତ ବର୍ମା ,ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ପିଡି ଡି ଆର ଡି ଏ ରବିନାରାୟଣ ଜେଠି,ଜଗତସିଂହପୁର ର ଅତିରିକ୍ତ ଏସପି ସତ୍ୟବ୍ରତ ଦାସ,ପାରାଦୀପ ର ଅତିରିକ୍ତ ଏସପି ସ୍ମୃତିରଞ୍ଜନ କର,ଜଗତସିଂହପୁର ଏସ ଡି ପି ଓ ଅଜୀଙ୍କ୍ୟା ମାଣେ,ପ୍ରମୁଖ ଉପସ୍ଥିତ ରହି ସାଇବର ସୁରକ୍ଷା ଉପରେ ବକ୍ତବ୍ୟ ରଖିବା ସହିତ ସାଇବର ଠକେଇ ରୁ ସଚେତନ ରହିବା ପାଇଁ ଶପଥ ପାଠ କରାଇଥିଲେ ।ପରେ ଏକ ସାଇବର ସଚେତନ ରଥକୁ ଅତିଥି ମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ସଚେତନତା ରଥ ଜିଲ୍ଲାର ଆଠଟି ବ୍ଲକ ର ସମସ୍ତ ପଞ୍ଚାୟତ ରେ ବୁଲି ଲୋକମାନଙ୍କୁ ସଚେତନ କରିବ।ଶେଷରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ ଅଞ୍ଚଳର ବରିଷ୍ଠ ନାଗରିକ ,ବୁଦ୍ଧି ଯିବି,ସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରାତିଚି ତନୟା ମହାନ୍ତି,ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା,ରିଜର୍ଭ ଇନସିପେକ୍ଟର ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।