Odia News Portal

ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅଫିସର, ଜମିରେ କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ ବେଗୁନିଆ ତହସିଲ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପାରେଟର । ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ହାତରେ ଧରା ପଡିଥିବା ସୂଚନା। ଧରା ପଡ଼ିଥିବା ଡାଟା ଏଣ୍ଟ୍ରି ଅପରେଟର ହେଉଛନ୍ତି ସ୍ମୃତି ଜୟସିଂହ । ସେ ଜମିରେ କିସମ ପରିବର୍ତନ ନେଇ ଜୈନିକ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ । ଅନ୍ୟପଟେ ଏହି ସମୟରେ ଭିଜିଲାନ୍ସ ଆସି ଲାଞ୍ଚ ନେଉଥିବା ସମୟରେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଧରି ଅଧିକ ପଚରା ଉଚରା କରୁଥିବା ଦେଖା ଦେଇଛି। ଅନ୍ୟପଟେ ଭିଜିଲାନ୍ସ ଚଢ଼ାଉରେ ୩ ଡ଼ିଏସପି , ୨ ଇନ୍ସପେକ୍ଟର ମିଳିତ ଭାବେ ତହସିଲ କାର୍ଯ୍ୟାଳୟ ସହିତ ତାଙ୍କ  ଘରେ  ଚଢ଼ାଉ ଜାରି ରଖିଛନ୍ତି ।