Odia News Portal

ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଗିଆପଡ଼ା ଫାଣ୍ଡି ନିକଟ ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ସେଠାରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଘଟଣା ସଂପର୍କରେ ଖବର ପାଇ ବଗିଆପଡ଼ା ଫାଣ୍ଡି ଘଟଣସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିତ୍ସାଳୟକୁ ବ୍ୟବଚ୍ଛେଦ ଲାଗି ପଠାଇଛି।

ଏଦୁହେଁ ପ୍ରେମୀଯୁଗଳ ବୋଲି ସ୍ପଷ୍ଟ ହୋଇଥିଲେ ବି ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ଯୁବତୀଙ୍କ ପରିଚୟ ଅସ୍ପଷ୍ଟ, ହେଲେ ମୃତ ଯୁବକଙ୍କର ପରିଚୟ ମିଳିଛି। ସେ ଜାମୁପାଲି ଗାଁର ବୋଲି ଜଣାଯାଇଛି। ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ ପୁଲସ ଅଧିକ ତଦନ୍ତ ଆରମ୍ଭ କରିଛି।